ଆଜି ରାତି ୮ଟା ୩୦ରୁ ଘଣ୍ଟାଏ ବିଜୁଳି ବନ୍ଦ
·1 year ago

୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍ ଲାଇଟ୍ଗୁଡ଼ିକୁ ବନ୍ଦ କରିବେ। ଜଳବାୟୁ ସୁରକ୍ଷା ଦିଗରେ ଉଦାହରଣ ସୃଷ୍ଟି ସକାଶେ ପ୍ରତିବର୍ଷ ମାର୍ଚ୍ଚ ୨୨ ରାତିରେ ଅଣଜରୁରୀ ଲାଇଟ୍ ଓ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ ରଖାଯାଇଥାଏ।
ପରିବେଶ ସୁରକ୍ଷା ସହ ଶକ୍ତି ଅପଚୟ ରୋକିବା ପାଇଁ ପ୍ରଥମେ ୨୦୦୭ରେ ଓ୍ବାଲର୍ଡ ଓ୍ବାଇଲ୍ଡଲାଇଫ୍ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ପକ୍ଷରୁ ଏହା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ୧୯୦ରୁ ଅଧିକ ଦେଶ ଏହି ‘ସୁଇଚ୍ ଅଫ୍’ ଇଭେଣ୍ଟରେ ଭାଗ ନେଉଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: