Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ହେଲେ ପାଓ୍ବାର ଷ୍ଟାର ପବନ କଲ୍ୟାଣ

Ritu Das
Browse all articles by Ritu Das
·2 years ago·1 min read
ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ହେଲେ ପାଓ୍ବାର ଷ୍ଟାର ପବନ କଲ୍ୟାଣ

ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ବୁଧବାର ନୂଆ ସରକାର ଶପଥ ନେଇଛନ୍ତି । ତେଲଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହାପରେ ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— 𝐕𝐚𝐦𝐬𝐢𝐒𝐡𝐞𝐤𝐚𝐫 (@UrsVamsiShekar) June 6, 2024

ଏହାରି ମଧ୍ୟରେ ଶପଥ ଗ୍ରହଣ ପରେ ପବନ କଲ୍ୟାଣ ମଞ୍ଚରେ ବସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମସ୍ତ ବରିଷ୍ଠ ନେତାଙ୍କୁ ନମସ୍କାର କରିଥିଲେ । କିନ୍ତୁ ଏହାରି ମଧ୍ୟରେ ସେ କେବଳ ନିଜ ବଡଭାଇ ତଥା ପ୍ରତିଷ୍ଠିତ ଅଭିନେତା ଚିରଞ୍ଜିବୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।

ଏହା ପୂର୍ବରୁ ମଧ୍ୟ ପବନ ଭାଇ ଚିରଞ୍ଜିବୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ପବନ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ପୀଠପୁରମ୍ ସିଟ୍‌ରେ ବିଜୟ ହାସଲ କରିଥିଲେ । ଏହି ବିଜୟ ପରେ ସେ ଭାଇ ଚିରଞ୍ଜିବୀଙ୍କୁ ସାକ୍ଷାତ କରିଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Power Star Pawan | Argus News