Solar Storm / ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଭୟଙ୍କର ସୌର ଝଡ଼, ହୋଇ ପାରେ ବ୍ଲାକ ଆଉଟ !

Key Points
ବିଚ୍ଛିନ୍ନ ହୋଇଯିବ ଯୋଗାଯୋଗ
ହୋଇ ପାରେ ବ୍ଲାକ ଆଉଟ !
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଭୟଙ୍କର ସୌର ଝଡ଼ । ସୂର୍ଯ୍ୟରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ବର୍ତ୍ତମାନ ପୃଥିବୀ ପାଇଁ 'ଭୟଙ୍କର ସୌର ଝଡ଼' ବା (Solar Storm) ଆଶଙ୍କା ରହିଛି । ISRO ଏବଂ NASA ଏହି ସୌର କାର୍ଯ୍ୟକଳାପକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି । ପ୍ରଭାବରେ ପୃଥିବୀର ବାୟୁମଣ୍ଡଳରେ ରେଡିଓ ବ୍ଲାକ୍ଆଉଟ୍ ପରି ସ୍ଥିତି ସୃଷ୍ଟି କରିବା ଆଶଙ୍କା କରିଛନ୍ତି ବିଶେଷଜ୍ଞ ।
ବର୍ତ୍ତମାନ ସୂର୍ଯ୍ୟ ନିଜର ପ୍ରଚଣ୍ଡ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ସୂର୍ଯ୍ୟ ପୃଷ୍ଠରେ କ୍ରମାଗତ ଭାବେ ଶକ୍ତିଶାଳୀ ‘ସୌରଝଡ଼’ବା ସୋଲାର୍ ଫ୍ଲେୟାର୍ସ ସୃଷ୍ଟି ହେଉଛି । ଯାହା ପୃଥିବୀ ପାଇଁ ବିପଦର ସଙ୍କେତ ସାଜି ପାରେ। କିଛି ଦିନ ଧରି ସୂର୍ଯ୍ୟ ନିଜର ପ୍ରଚଣ୍ଡ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ସୂର୍ଯ୍ୟ ପୃଷ୍ଠରେ କ୍ରମାଗତ ଭାବେ ଶକ୍ତିଶାଳୀ ସୌରଝଡ଼ ସୃଷ୍ଟି ହେଉଛି । ଇସ୍ରୋ ସମେତ ବିଶ୍ୱର ପ୍ରମୁଖ ମହାକାଶ ଏଜେନ୍ସିଗୁଡ଼ିକ ହାଇ-ଆଲର୍ଟ ଜାରି କରିଛନ୍ତି । ଗତ କିଛି ଦିନ ମଧ୍ୟରେ ସୂର୍ଯ୍ୟଙ୍କ ପୃଷ୍ଠରେ ଏକ ବିଶାଳ ସନ୍ସ୍ପଟ୍ରୁ ଏକାଧିକ ‘ଏକ୍ସ-କ୍ଲାସ୍’ ସୌରକଣିକା ନିର୍ଗତ ହୋଇଛି। ଏଥିମଧ୍ୟରୁ ଫେବ୍ରୁଆରି ୧ ତାରିଖରେ ହୋଇଥିବା ଏକ୍ସ ୮.୩ ଶ୍ରେଣୀର ସୌରଝଡ଼ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି। ଏହାର ପ୍ରଭାବରେ ପୃଥିବୀର ବାୟୁମଣ୍ଡଳରେ ରେଡିଓ ବ୍ଲାକ୍ଆଉଟ୍ ପରି ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହି ଥିବା ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି ।
ଇସ୍ରୋ ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହି ସୌରଝଡ଼ ଯୋଗୁଁ ଉଚ୍ଚ-ଫ୍ରିକ୍ୱେନ୍ସି ରେଡିଓ ସେବା, ଜିପିଏସ୍ ଏବଂ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥାରେ ବାଧା ଉପୁଜିପାରେ। ଭାରତର ଆଦିତ୍ୟ-ଏଲ-1 ମିସନ ଏହି ଗତିବିଧି ଉପରେ କଡ଼ା ନଜର ରଖିଛି । ମହାକାଶରେ ଥିବା ଭାରତୀୟ ଉପଗ୍ରହକୁ ସୁରକ୍ଷିତ ରଖିବା ପାଇଁ ଇସ୍ରୋ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ସାଧାରଣ ସୌରଝଡ଼ ମଣିଷ ଶରୀର ଉପରେ ସିଧାସଳଖ କ୍ଷତି କରେ ନାହିଁ। କିନ୍ତୁ ବଡ଼ ସୌର କିଛି ଲୋକଙ୍କର ଶରୀର ଓ ମନ ଉପରେ ସୂକ୍ଷ୍ମ ପ୍ରଭାବ ପଡ଼ିବାର ଆଶଙ୍କା ଯାଏ ।
📱 Get Argus News App
✨Related Topics
Explore more stories