Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗଣତନ୍ତ୍ର ଦିବସ ପରେଡ ପାଇଁ ଚାଲିଛି ଅଭ୍ୟାସ

National

ଗଣତନ୍ତ୍ର ଦିବସ ପରେଡ ପାଇଁ ଚାଲିଛି ଅଭ୍ୟାସ

Ritu Das
Browse all articles by Ritu Das
·2 years ago·1 min read
ଗଣତନ୍ତ୍ର ଦିବସ ପରେଡ ପାଇଁ ଚାଲିଛି ଅଭ୍ୟାସ

ଅର୍ଗସ ବ୍ୟୁରୋ: ଗଣତନ୍ତ୍ର ଦିବସ ପରେଡ ପାଇଁ ଚାଲିଛି ରିହରସଲ୍‌ । ଦିଲ୍ଲୀ କର୍ତ୍ତବ୍ୟପଥରେ ଫୁଲ୍‌ ଡ୍ରେସ୍‌ ରିହରସଲ କରୁଛନ୍ତି ବିଭିନ୍ନ ବିଭାଗର ସୁରକ୍ଷା କର୍ମୀ । ରକ୍ତ ଜମାଇ ଦେଲା ଭଳି ଜାଡ଼ରେ ସକାଳୁ ଆରମ୍ଭ ହେଉଛି ପରେଡ୍‌ ଅଭ୍ୟାସ । ITBP, ନୌସେନା, ଏୟାରଫୋର୍ସ, ଆର୍ମି ସିଆରପିଏଫ୍‌, ଦିଲ୍ଲୀ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ପରେଡ ଅଭ୍ୟାସ। 

ଚଳିତ ଥର ଦିଲ୍ଲୀରେ ଓଡିଶା ପିଲାଙ୍କ ପରେଡ ଦେଖିବ ସାରା ଭାରତ । ପରେଡ୍‌ ପାଇଁ ଓଡିଶାରୁ ଦିଲ୍ଲୀ ଯାଇଛନ୍ତି NCC କଣ୍ଟିନଜେଣ୍ଟ ଟ୍ରୁପ୍‌ । ସେପଟେ ଚଳିତ ବର୍ଷ ସାଧାରଣତନ୍ତ୍ର ପରେଡ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ତେବେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ । ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ଷଷ୍ଠ ନେତା ହେବେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Practice is underway | Argus News