ଅତିଥି ଚାଖିବେ ୫୦ ପ୍ରକାର ବ୍ୟଞ୍ଜନର ସ୍ୱାଦ
·2 years ago

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଦେଶ ବିଦେଶରୁ ହଜାର ହଜାର ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। ତେବେ ଅତିଥିମାନେ ୫୦ ପ୍ରକାରର ଦେଶୀ ବ୍ୟଞ୍ଜନର ସ୍ୱାଦ ଚାଖିବେ ପ୍ରାଣ ପ୍ରିତିଷ୍ଠା ସମାରୋହ ଦିନ।
ରାଜଧାନୀ ଦିଲ୍ଲୀରୁ ଏକ ମେସିନ୍ ମଗାଯାଉଛି ଯାହା ଥରୁଟେ ୧୦ ହଜାର ଇଡଲି ତିଆରି କରିପାରିବ। ଏହି ବ୍ୟଞ୍ଜନ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ, ସାତ୍ୱିକ ଭାବେ ପ୍ରସ୍ତୁତ କରାଯାଇ ପରସା ଯିବ। ଭିନ୍ନ ଭିନ୍ନ ରାଜ୍ୟର ପ୍ରଶିଦ୍ଧ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯିବ। ଯେପରିକି ଲିଟ୍ଟି-ଚୋଖା, ରାଜସ୍ଥାନୀ ଡାଲ ବାଟି ଚୁରମା, ପଞ୍ଜାବି ତଡକା, ଦକ୍ଷୀଣ ଭାରତୀୟ ମସଲା ଦୋଶା ଏବଂ ଜଲେପି ପରି ସ୍ୱତନ୍ତ୍ର ବ୍ୟଞ୍ଜନ ଏବଂ ମିଠାକୁ ମେନ୍ୟୁରେ ସାମିଲ କରାଯାଇଛି। ଏଥିସହିତ ସାଧୁ, ସନ୍ଥ ଏବଂ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ ଖାଇବା, ପିଇବାର ସ୍ୱତନ୍ତ୍ର ବନ୍ଦୋବ୍ୟସ୍ତ କରାଯାଇଛି।
ଅଧିକ ପଢନ୍ତୁ ଦେଶ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: