Bihar Election / ବିହାର ରାଜନୀତିକୁ ନେଇ ବଡ଼ ବୟାନ ଦେଲେ ପ୍ରଶାନ୍ତ କିଶୋର !

Key Points
ନୀତିଶ କୁମାରଙ୍କ ସରକାରକୁ ନେଇ ପ୍ରଶାନ୍ତ କିଶୋର ସବୁବେଳେ କଡ଼ା ସମାଲୋଚନା କରିଆସିଛନ୍ତି ।
ସେ କହିଛନ୍ତି ବର୍ତ୍ତମାନର ଏନଡିଏ ଶାସନରେ ଦୁର୍ନୀତି ପୂର୍ବ ଅପେକ୍ଷା ଅଧିକ ଗମ୍ଭୀର ସ୍ଥିତିରେ ରହିଛି ।
ବିହାରର ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର (ପିକେ) ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ପିଟିଆଇ ସହିତ ଏକ ସାକ୍ଷାତକାରରେ ସେ ସ୍ପଷ୍ଟ ଭାବରେ କହିଛନ୍ତି, 'ମୁଁ ବିହାର ବିଧାନସଭା ନିର୍ବାଚନରେ ଲଢ଼ିବି ନାହିଁ। ଜନ ସୂରାଜ ଅଭିଯାନ ନିଷ୍ପତ୍ତି ନେଇଛି ଯେ ମୁଁ ସାଂଗଠନିକ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ, ତେଣୁ ମୁଁ ପ୍ରାର୍ଥୀ ଭାବରେ ଲଢ଼ିବି ନାହିଁ' । ପ୍ରଶାନ୍ତଙ୍କ ଏଭଳି ବୟାନ ପରେ ବିହାର ରାଜନୀତିରେ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କର ଏଭଳି ନିଷ୍ପତ୍ତିରେ କିଛି ବର୍ଗ ଖୁସି ଥିବା ବେଳେ ଅନ୍ୟ କିଛି ମହଲ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି । ଆଉ କିଛି ମହଲ ଏହାକୁ ଏକ ଗେମ୍ ପ୍ଲାନ୍ ବୋଲି ମଧ୍ୟ କହିଛନ୍ତି ।
ପ୍ରଶାନ୍ତ କିଶୋର କହିଛନ୍ତି ଯେ ଜନ ସୂରାଜ କେବଳ କ୍ଷମତା ହାସଲ ପାଇଁ ଏକ ଆନ୍ଦୋଳନ ନୁହେଁ, ବରଂ ଏକ ବିକଳ୍ପ ରାଜନୀତିର ବିଚାରଧାରା। ସେ ଦାବି କରିଛନ୍ତି ଯେ ଯଦି ଜନ ସୂରାଜ ବିହାରରେ ୧୫୦ ରୁ କମ୍ ଆସନ ଜିତିଥାଏ, ତେବେ ଏହାକୁ ପରାଜୟ ବୋଲି ବିବେଚନା କରାଯିବ। ସେ କହିଛନ୍ତି, "ଆମେ ପରିବର୍ତ୍ତନର ରାଜନୀତି କରୁଛୁ; ଅଧାଅଧି ଜନାଦେଶ ବା ଫଳାଫଳ ଆମର ଉଦ୍ଦେଶ୍ୟକୁ ଦୁର୍ବଳ କରିବ।"
ନୀତିଶ କୁମାରଙ୍କ ସରକାରକୁ ନେଇ ପ୍ରଶାନ୍ତ କିଶୋର ସବୁବେଳେ କଡ଼ା ସମାଲୋଚନା କରିଆସିଛନ୍ତି । ସେ କହିଛନ୍ତି ବର୍ତ୍ତମାନର ଏନଡିଏ ଶାସନରେ ଦୁର୍ନୀତି ପୂର୍ବ ଅପେକ୍ଷା ଅଧିକ ଗମ୍ଭୀର ସ୍ଥିତିରେ ରହିଛି । ନୀତିଶ କୁମାରଙ୍କ ସରକାରରେ ଅନେକ ନେତା ଆରଜେଡିର ନେତାମାନଙ୍କ ଅପେକ୍ଷା ଅଧିକ ଦୁର୍ନୀତିଗ୍ରସ୍ତ। ସତ୍ତାରେ ଥିବା ଲୋକମାନେ ସାଧାରଣ ସେବା ପାଇଁ ନୁହେଁ, ବ୍ୟକ୍ତିଗତ ଲାଭ ପାଇଁ ରାଜନୀତି କରୁଛନ୍ତି ।
ଜନ ସୂରାଜ ଅଭିଯାନର ପ୍ରତିଷ୍ଠାତା ଭାବରେ, ପ୍ରଶାନ୍ତ କିଶୋର ଗତ ଦୁଇ ବର୍ଷ ଧରି ଗାଁରୁ ଗାଁ ବୁଲି ଜନସାଧାରଣଙ୍କ ସହ ଯୋଗାଯୋଗ କରୁଛନ୍ତି। ସେ କହନ୍ତି ଯେ ଏହି ଆନ୍ଦୋଳନ କୌଣସି ବ୍ୟକ୍ତି କିମ୍ବା ପଦବୀ ପାଇଁ ନୁହେଁ, ବରଂ ବିହାରର ଭବିଷ୍ୟତ ପାଇଁ।
ଅନ୍ୟପଟେ ମଙ୍ଗଳବାର ବିହାର ନିର୍ବାଚନ ପାଇଁ ଆସିଲା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା । ୭୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ତାରାପୁରରୁ ସମ୍ରାଟ ଚୌଧୁରୀଙ୍କୁ ଲଢ଼ିବାକୁ ଦଳ ଟିକଟ ଦେଇଥିବା ବେଳେ ଦାନପୁରରୁ ରାମ କୃପାଲ ଯାଦବ ଲଢ଼ିବେ ବୋଲି ଦଳ ସ୍ଥିର କରିଛି । ବେତିହାରୁ ଲଢ଼ିବେ ରେଣୁ ଦେବୀ । ରାକ୍ସୌଲରୁ ଲଢିବେ ପ୍ରମୋଦ କୁମାର ସିହ୍ନା । ପିପ୍ରାରୁ ଶ୍ୟାମବାବୁ ପ୍ରସାଦ ୟାଦବ ଲଢିବେ । ମଧୁବନରୁ ଲଢ଼ିବେ ରାଣା ରଣଧୀର ସିଂହ । ମୋତିହାରରୁ ନିର୍ବାଚନ ଲଢ଼ିବେ ପ୍ରମୋଦ କୁମାର । ଢାକାରୁ ଲଢିବେ ପବନ ଜୈସ୍ବାଲ । ରିଗାରୁ ବୈଦ୍ୟନାଥ ପ୍ରସାଦ । ବଥନାହାରୁ ନିର୍ବାଚନ ଲଢ଼ିବେ ଅନୀଲ ରାମ । ପରିହାରରୁ ଗାୟତ୍ରୀ ଦେବୀ । ସୀତାମଢିରୁ ସୁନୀଲ କୁମାର ପିଣ୍ଟୁ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଛି ଦଳ ।
#WATCH | Patna, Bihar: Jan Suraaj founder Prashant Kishor says, "The members of the party have decided that I should focus on working for the victory of the other candidates of the party, so I am not contesting the elections..." pic.twitter.com/kLRYqa7dXE
— ANI (@ANI) October 15, 2025
📱 Get Argus News App
✨Related Topics
Explore more stories