Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରତାପ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

Swoyangprjna Mishra
Browse all articles by Swoyangprjna Mishra
·1 year ago·2 min read
ପ୍ରତାପ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଧକ୍କାରେ ଫାଟିଲା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ । ପୁରା ଘଟଣା ଘଟିଥିଲା କିଛି ଏପରି । ନୂଆ ସଂସଦର ପ୍ରବେଶ ପଥରେ ଆମ୍ବେଦକର ପ୍ରସଙ୍ଗରେ ପ୍ରତିବାଦ କରୁଥିଲେ ବିଜେପି ସାଂସଦ । କଂଗ୍ରେସର ସାଂସଦମାନେ ମଧ୍ୟ ପ୍ରତିବାଦକୁ ଓହ୍ଲାଇଥିଲେ । ପ୍ରତିବାଦ ଚାଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ରାହୁଲ ସଂସଦ ବିତରକୁ ଯିବାକୁ ଉଦ୍ୟମ କରୁଥିଲେ । ଏତିକି ବେଳେ ଘଟିଲା ଘଟଣା । ପ୍ରତାପ ଷଡଙ୍ଗୀଙ୍କ କହିବା ଅନୁସାରେ ରାହୁଲ ପ୍ରଥମେ ଜଣେ ସାଂସଦଙ୍କୁ ଠେଲି ଦେଇଥିଲେ । ସାଂସଦ ତାଙ୍କ ଉପରେ ପଡିଯିବାରୁ ସେ ତଳେ ପଡିଯାଇଥିଲେ । ରାହୁଲ ଗାନ୍ଧୀ ଠେଲି ଦେବାରୁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଲହୁଲୁହାଣ ହୋଇଛନ୍ତି । ପ୍ରତାପଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଉଭୟ ସାଂସଦଙ୍କୁ ଆରଏମଏଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆରଏମଏଲ ର ସୁପରିଟେଣ୍ଟେଣ୍ଟ କହିଛନ୍ତି ଏପରି ଠେଲାପେଲା ପ୍ରତାପଙ୍କ ପାଇଁ ବିପଦଜନକ । ଯେହେତୁ ସେ ଜଣେ ହାର୍ଟ ପେସେଣ୍ଟ । 


ଏହି ଘଟଣାରେ ରାହୁଲ ମାନିଛନ୍ତି ଯେ ସେ ଠେଲିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ହଁ ମୁଁ ଏହା କରିଛି, ଠିକ୍ ଅଛି । ଠେଲିବା ଦ୍ବାରା କିଛି ହାସଲ ହୁଏ ନାହିଁ । ମୁଁ ସଂସଦ ଭିତରକୁ ଯିବାକୁ ଚାହୁଁଥିଲି । ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଉଥିଲା । ବିଜେପି ସାଂସଦମାନେ ଆମକୁ ଠେଲାପେଲା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଏତଲା ଦେଇଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ବାଂଶୁରୀ ସ୍ବରାଜ । ଏହି ଘଟଣାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଯାଇଛି ପ୍ରତିବାଦ। ଓଡିଶାରେ ମୁଖର ହେଲେ ବିଜେପି ନେତା । ଘଟଣାକୁ ନିନ୍ଦା କରିବା ସହ ରାହୁଲଙ୍କ କୁଶପୁତଳିକା ଦାହ କରିଥିଲେ । ଆଇନ ଅନୁସାରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ । ବାଲେଶ୍ବର ଓ ଭୁବନେଶ୍ବରରେ ରାହୁଲଙ୍କ ବିରୋଧରେ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା ।  ଦିଲ୍ଲୀର RML ହସ୍ପିଟାଲରେ ଭର୍ତ୍ତି ଦୁଇ ଆହତ ସାଂସଦଙ୍କ ଚିକିତ୍ସା ତାଲିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । 

Sponsored
Pratap sarangi is seriously injured and hospitalized | Argus News