Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୌନୀ ଅମାବାସ୍ୟାରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଲା ଜନସମୁଦ୍ର

National

ମୌନୀ ଅମାବାସ୍ୟାରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଲା ଜନସମୁଦ୍ର

Ritu Das
Browse all articles by Ritu Das
·1 year ago·2 min read
ମୌନୀ ଅମାବାସ୍ୟାରେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଲା ଜନସମୁଦ୍ର

ଅର୍ଗସ ବ୍ୟୁରୋ: ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ । ନାଗାସାଧୁଙ୍କ ସହ ବୁଡ଼ ପକାଇଛନ୍ତି କୋଟି କୋଟି ଭକ୍ତ । ସାହି ସ୍ନାନ କରିଛନ୍ତି 13ଟି ଆଖଡ଼ାର ସାଧୁ ସନ୍ଥ। ପାରମ୍ପରିକ ରୀତିନୀତି ପରେ ତ୍ରିବେଣୀ ସଂଗମ ମୁହାଁ ହେଲେ ବିଭିନ୍ନ ଆଖଡ଼ା । ହଜାର ହଜାର ନାଗାସାଧୁଙ୍କ ଶୋଭାଯାତ୍ରା ଯୋଗୁଁ ଜନସମୁଦ୍ର ପାଲଟିଲା ପ୍ରୟାଗରାଜ ରାସ୍ତା । ଆଖଡ଼ା ଗୁଡ଼ିକର ପଟୁଆର ଯିବାବେଳେ ଆକାଶମାର୍ଗରୁ କରାଗଲା ପୁଷ୍ପ ବୃଷ୍ଟି । ମୌନୀ ଅମାବାସ୍ୟାର ମହାର୍ଘ୍ୟ ବେଳାରେ ବୁଡ ପକାଇବା ପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିଲା ଶ୍ରଦ୍ଧାଳୁଙ୍କ ସମାଗମ। କିନ୍ତୁ ବ୍ରାହ୍ମମୁହୂର୍ତ୍ତରେ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହୋଇଥିବାରୁ ସାଧୁସନ୍ଥମାନେ ନିଜଆଡୁ ବୁଡ ପକାଇବା ବିଳମ୍ବ କରିଥିଲେ ।


ପ୍ରଥମେ ସାଧାରଣ ଲୋକଙ୍କୁ ଅମୃତ ସ୍ନାନ କରିବାକୁ ସୁଯୋଗ ଦେଇଥିଲେ। ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପାଇଁ ବିଳମ୍ବିତ ରାତିରୁ ଜମିିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ତ୍ରିବେଣୀ ସଙ୍ଗମ ଆଡକୁ ମୁହାଁଇଥିଲେ କୋଟି କୋଟି ଭକ୍ତ । ସଙ୍ଗମସ୍ଥଳର ଏକ କିଲୋମଟର ଦୂରରୁ ହଠାତ୍ ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସୃଷ୍ଟି ହୋଇଥିଲା ଦଳାଚକଟା ସ୍ଥିତି । ପେଲାଠେଲାରେ କିଛି ମହିଳା ଖସିପଡିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଛନକା ପଶିଯାଇଥିଲା। ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଇଥିଲା ପ୍ରଶାସନ । ପ୍ରଧାନମନ୍ତ୍ରୀ ପ୍ରଭାବିତଙ୍କ ପରିବାରକୁ ସମବେଦନା ଜଣାଇବା ସହ ସବୁପ୍ରକାର ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଯୋଗୀ କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। କୁମ୍ଭମେଳାରେ ଆଜି ସୁଦ୍ଧା ଦୁଇଟି ସାହି ସ୍ନାନ ହୋଇଥିବା ବେଳେ ବାକି ଅଛି ଆଉ ତିନିଟି ସାହିସ୍ନାନ । ଫେବୃଆରୀ ୩ ବସନ୍ତ ପଞ୍ଚମୀ, ଫେବୃଆରୀ ୧୨ ମାଘ ପୂର୍ଣ୍ଣିମା ଓ ଫେବୃଆରୀ ୨୬ ମହା ଶିବରାତ୍ରି ଅବସରରେ ସାହିସ୍ନାନ ହେବ । ୫ଟି ସାହିସ୍ନାନରେ ମୋଟ ୪୫କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Prayagraj Triveni Sangam turns into a sea of ​​people on Mauni Amavasya | Argus News