Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Cancer in Pregnancy: ୫ ମାସର ଗର୍ଭବତୀ ଥିବାବେଳେ ଜଣାପଡ଼ିଲା କ୍ୟାନସର, ତା'ପରେ କ'ଣ ହେଲା...

Sushanta Sahoo
Browse all articles by Sushanta Sahoo
·10 months ago·2 min read
Cancer in Pregnancy: ୫ ମାସର ଗର୍ଭବତୀ ଥିବାବେଳେ ଜଣାପଡ଼ିଲା କ୍ୟାନସର, ତା'ପରେ କ'ଣ ହେଲା...

Key Points

କୌଣସି କ୍ୟାନସର ରୋଗୀଙ୍କୁ ନେଇ ଯଦି କେହି କେବେ ହସ୍ପିଟାଲ୍ ଚକ୍କର କାଟିଥିବେ ସେ ହିଁ ଜାଣିଥିବେ ଏହା କେତେ କଷ୍ଟକର । କ୍ୟାନସରକୁ ନେଇ ସମସ୍ତଙ୍କ ମନରେ ଡର ଭିତରେ ହୋଇଛି ଚମତ୍କାର ।

ନୂଆଦିଲ୍ଲୀ: କର୍କଟ ବା କ୍ୟାନସର ନାଁ ଶୁଣିବା ମାତ୍ରେ ଲୋକେ ସାହସ ହରାଇ ବସନ୍ତି । ରୋଗୀଙ୍କ କଥା ଛାଡ଼ନ୍ତୁ, ତାଙ୍କ ପରିବାର ଲୋକ ମଧ୍ୟ ଏହି ରୋଗର ଲମ୍ବା ଓ ଜଟିଳ ଚିକିତ୍ସା କଥା ଭାବି ଚିନ୍ତିତ ହୋଇ ପଡ଼ନ୍ତି । ଆଉ କୌଣସି କ୍ୟାନସର ରୋଗୀଙ୍କୁ ନେଇ ଯଦି କେହି କେବେ ହସ୍ପିଟାଲ୍ ଚକ୍କର କାଟିଥିବେ ସେ ହିଁ ଜାଣିଥିବେ ଏହା କେତେ କଷ୍ଟକର । କ୍ୟାନସରକୁ ନେଇ ସମସ୍ତଙ୍କ ମନରେ ଡର ଭିତରେ ହୋଇଛି ଚମତ୍କାର । ଦିଲ୍ଲୀରେ ଡାକ୍ତରଙ୍କ ପରିଶ୍ରମ ଏମିତି ଅସମ୍ଭବକୁ ସମ୍ଭବ କରିଛି, ଯାହା ଲୋକଙ୍କ ସାହସ ବଢ଼ାଇବ ।


ଗର୍ଭାବସ୍ଥାରେ କର୍କଟ


ଦିଲ୍ଲୀର ଜଣେ ୩୫ ବର୍ଷୀୟ ମହିଳା ୫ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ଆଉ କ୍ୟାନସର ହୋଇଥିବା ଜଣାପଡ଼ିବା ପରେ ପରିବାର ଲୋକଙ୍କ ପାଦ ତଳୁ ଯେମିତି ମାଟି ଖସି ପଡ଼ିଥିଲା । କିନ୍ତୁ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସଠିକ୍ ଚିକିତ୍ସା, ଚମତ୍କାର କରି ଦେଖାଇଲା । ଯାହା କଳ୍ପନା କରିବା ମୁସ୍କିଲ୍ ଥିଲା ।


ଡାକ୍ତରଙ୍କ ଏହି ଚିକିତ୍ସାରୁ ସଫଳତା ମିଳିଲା । ସାବ୍ୟସ୍ତ ହେଲା ଗର୍ଭାବସ୍ଥାରେ ସ୍ତନ କର୍କଟ ହେଲା ଏହାର ସଫଳ ଚିକିତ୍ସା ସମ୍ଭବ ଅଟେ । ନୂଆଦିଲ୍ଲୀ ସ୍ଥିତ ସାର ଗଙ୍ଗା ହସ୍ପିଟାଲ୍‌ରେ ଗର୍ଭାବସ୍ଥାରେ ସ୍ତନ କର୍କଟ ଚିକିତ୍ସା ସମ୍ଭବ ହୋଇଛି । ଏବେ ମାଆ ଓ ଛୁଆ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି । ଏହା ଚିକିତ୍ସା ବିଜ୍ଞାନ ପାଇଁ ଏକ ବଡ଼ ଉପଲବ୍ଧି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୩୫ ବର୍ଷୀୟ ମହିଳା ୨୦୨୪ ଜୁଲାଇରେ ମେଡିକାଲ୍ ଆସିଥିଲେ । ଯାଞ୍ଚ ବେଳେ ଜଣାପଡ଼ିଥିଲା ତାହା ସ୍ତନ କର୍କଟ । ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରଥମ ଅପରେସନ୍ କରାଯାଇଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା କେମୋଥେରାପି । ଡାକ୍ତରଙ୍କ ଅନୁସାରେ, ପ୍ରଥମ ତିନିମାସ ପରେ କେମୋଥେରାପି ଭ୍ରୁଣ ପାଇଁ ସୁରକ୍ଷିତ ଅଟେ । ଗର୍ଭାବସ୍ଥାରେ ମହିଳା ୧୨ ସାଇକେଲ Pacliyaxel ଦିଆ ଯାଇଥିଲା ।


ପ୍ରୱ ପରେ ମହିଳାଙ୍କୁ ଏଡଜୁଭେଣ୍ଟ କେମୋଥେରାପି, ରେଡିଓଥେରାପି, ଟାର୍ଗେଟେଡ୍ ଓ ହର୍ମୋନଲ ଥେରାପି ଦିଆ ଯାଇଥିଲା । ଏବେ ମାଆ ଓ ଛୁଆ ଦୁହେଁ ସୁସ୍ଥ ଅଛନ୍ତି । ଡାକ୍ତର କହିଛନ୍ତି, ଏହିଭଳି ଭାବେ କ୍ୟାନସରର ଚିକିତ୍ସା ସମ୍ଭବ ଅଟେ । ଗର୍ଭାବସ୍ଥାରେ ଚିକିତ୍ସା କଲେ ସ୍ତନ କର୍କଟକୁ ବି ମାତ୍ ଦେଇ ହେବ ।

Sponsored
Delhi Doctors Successfully Treat Breast Cancer in Pregnant Woman — Both Mother and Baby Safe | Argus News | Argus News