Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ୟାବ୍‌ ଡ୍ରାଇଭର କଲେ ଏମିତି କାମ ଯାହା ଆପଣ ଶୁଣିଲେ ତାଜୁବ ହେବେ

Ritu Das
Browse all articles by Ritu Das
·1 year ago·1 min read
କ୍ୟାବ୍‌ ଡ୍ରାଇଭର କଲେ ଏମିତି କାମ ଯାହା ଆପଣ ଶୁଣିଲେ ତାଜୁବ ହେବେ

ଆପଣ ଲୋକଙ୍କୁ ଏମିତି କହିବାର ନିଶ୍ଚିତ ଶୁଣିଥିବେ ଯେ, ଦୁନିଆରେ ମଣିଷପଣିଆ ବହୁତ କମ ଦେଖିବାକୁ ମିଳେ। କାରଣ ଜଣେ ମଣିଷ ଆଉ ଜଣେ ମଣିଷକୁ ବିପଦ ବେଳେ କେବେ ସହାୟତା କରି ନ ଥାଏ। କିନ୍ତୁ ଦୁନିଆରେ ଏମିତି ଜଣେ ମଣିଷ ଅଛନ୍ତି ଯାହାଙ୍କ କଥା କହିଲେ ଆପଣ ନିଶ୍ଚିତ ଗର୍ବିତ ଅନୁଭବ କରିବେ। ଆମେ ଯେଉଁ ବ୍ୟକ୍ତିଙ୍କ କଥା କହୁଛୁ ସେ ହେଉଛନ୍ତି ଗୁଡଗାଁ ଅଞ୍ଚଳର ଜଣେ କ୍ୟାବ ଡ୍ରାଇଭର। ଜଣେ ମହିଳା କ୍ୟାବରେ ଯାତ୍ରା କରୁଥିବାବେଳେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଯାହାପରେ କ୍ୟାବ ଡ୍ରାଇଭର କିଛି ଏପରି କାମ କରିଥିଲେ ଯାହାକୁ ନେଇ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।


Rapido Driver Helps Woman ଘଟଣାଟି ହେଉଛି ଏପରି, ବିକାଶ ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ନିଜ ଉପସ୍ଥିତ ବୁଦ୍ଧି ବଳରେ ଜଣେ ଗର୍ଭବତୀ ମହିଳାଙ୍କ ଜରୁରୀକାଳୀନ ପ୍ରସବରେ ସାହାଯ୍ୟ କରିଛନ୍ତି। ବିକାଶ ତାଙ୍କ ଟ୍ୟାକ୍ସିରେ ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ହସ୍ପିଟାଲ ନେଇ ଯାଉଥିଲେ। ଯାତ୍ରା ସମୟରେ ହଠାତ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାକୁ ଲାଗିଲା। ମହିଳା ଜଣକ କ୍ୟାବ ଭିତରେ ଏତେମାତ୍ରାରେ ଅସ୍ତବ୍ୟସ୍ତ ହୋଇଥିଲେ ଯେ ବିକାଶ ଆଗକୁ ଗାଡି ଚଲାଇ ପାରି ନଥିଲେ। ତେଣୁ ସେ ରାସ୍ତା ପାର୍ଶ୍ବରେ ଗାଡି ଅଟକାଇ ନିଜର ବୁଦ୍ଧି ବଳରେ ମହିଳାଙ୍କ ସାଧାରଣ ପ୍ରସବ କରାଇବାକୁ ଚେଷ୍ଟା କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଭର୍ତ୍ତି ଥିବା ମା’ ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pregnant woman was going to the hospital, delivery in the cab itself, no one would have done what the driver did! | Argus News