ବିବାଦରେ ପ୍ରେମାନନ୍ଦ ଜୀ ମହାରାଜ , କାହିଁକି ମହିଳାମାନଙ୍କୁ କହିଲେ ଏମିତି, ଜାଣନ୍ତୁ...

Key Points
ବିବାଦରେ ପ୍ରେମାନନ୍ଦ ଜୀ ମହାରାଜ
ମହିଳାଙ୍କ ଉପରେ ଦେଇଛନ୍ତି କିଛି ଏମିତି ଟିପ୍ପଣୀ
ସୋସିଆଲ ମିଡିଆରୁ ନେତାମନ୍ତ୍ରୀ, ସମସ୍ତେ ଉଠାଇଛନ୍ତି ପ୍ରଶ୍ନ
ହେଲେ ପ୍ରକୃତ ସତ କ'ଣ ?
ଅନେକ ସମୟରେ ନିଜର ଆଧ୍ୟାତ୍ମିକ ବାର୍ତ୍ତା, ସମାଜକୁ ସତମାର୍ଗରେ ରାସ୍ତା ଦେଖାଉଥିବା ପ୍ରେମନନ୍ଦ ଜୀ ମହାରାଜ ବର୍ତ୍ତାନ ବିବାଦ ଘେରରେ ରହିଛନ୍ତି । ଯେଉଁ ଯୁବପୀଢି ତାଙ୍କର ପ୍ରବଚନ, ତାଙ୍କର ପ୍ରତିଟି କଥାକୁ ମାନିବାକୁ ପ୍ରୟାସ କରୁଥିଲେ, ତାଙ୍କର କଥାକୁ ହ୍ଵାଟ୍ସପ ଷ୍ଟାଟସରେ ଲଗାଉଥିଲେ । ସେମାନେ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରେମାନନ୍ଦ ଜୀଙ୍କ ଏହି କଥାକୁ ଭୁଲ ବୋଲି ଦାବି କରିଛନ୍ତି । ହେଲେ ପ୍ରକୃତରେ ପ୍ରେମାନନ୍ଦ ଜୀ ଙ୍କ କଥା ବିବାଦୀୟ ନା ଏହାକୁ ବିବାଦ ଘେରକୁ ଜୋର ଜବରଦସ୍ତ ଅଣାଯାଇଛି, ତାହା ପ୍ରଥମେ ଆମେ ଜାଣିବା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରିଲ ଅନୁଯାୟୀ , ପ୍ରେମାନନ୍ଦ ଜୀ କହିଛନ୍ତି, ଆଜିକାଲି ୧୦୦ ରୁ ମାତ୍ର ୩ , ୪ ଜଣ ମହିଳା ପବିତ୍ର ଅଛନ୍ତି ।
ମହାରାଜଙ୍କର ଏହି ବାଣୀ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ସମସ୍ତେ ନେଇ ପ୍ରଶ୍ନ କରିଛନ୍ତି, ଯେ ମହିଳାଙ୍କ ଚରିତ୍ର ଉପରେ ଏମିତି ପ୍ରଶ୍ନ କରିବା ଠିକ ନୁହେଁ । ଆଉ ଏହା ସ୍ଵଭାବିକ କଥା ମଧ୍ୟ । କିନ୍ତୁ ପ୍ରକୃତରେ ପ୍ରେମାନନ୍ଦ ଜୀ ମହାରାଜଙ୍କର କେବଳଙ୍କର ପୁରା ବାଣୀରୁ କେବଳ ୧ ମିନିଟର କଥାକୁ ହିଁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ପ୍ରକୃତରେ ତାଙ୍କ କଥା ମହିଳାଙ୍କ ଆକ୍ଷେପ କରିବାର ଥିଲା, ନା ସମାଜକୁ ସଠିକ ଦିଗ ଦେଖାଇବାର ଥିଲା ତାହା ହୁଏତ ସମସ୍ତେ ବୁଝିବାକୁ ଚେଷ୍ଟା କରିନାହାନ୍ତି । ଆମେ କାହାରି ସପକ୍ଷରେ କହୁନାହୁଁ, କି ବିପକ୍ଷରେ ନୁହେଁ, କିନ୍ତୁ ପ୍ରକୃତ ଘଟଣା ଆମେ ଆପଣଙ୍କ ସାମ୍ନାରେ ରଖିବାକୁ ଚାହୁଁଛୁ ।
ପ୍ରେମନନ୍ଦ ଜୀ ଙ୍କୁ ଜଣେ ଦର୍ଶକ ପଚାରିଥିଲେ , ଆଜିକାଲି ଛାଡପତ୍ର ସଂଖ୍ୟା ବଢିବାରେ ଲାଗିଛି, ଆଉ ଏହାର କାରଣ କ'ଣ ହୋଇପାରେ ? ଏହାର ଉତ୍ତରରେ ପ୍ରେମାନନ୍ଦ ଜୀ ମହାରାଜ କହିଥିଲେ, ଏହା ବାସ୍ତବରେ ଖୁବ କଠିନ । କାରଣ ଯଦି ଦେଖାଯାଏ, ତେବେ ଆଜିକାଲି ୧୦୦ରୁ ୩ , ୪ ଝିଅ ନିଜକୁ ପବିତ୍ର ରଖି ପାରୁଛନ୍ତି , ଯିଏ ନିଜ ଶରୀରକୁ କେବଳ ଗୋଟେ ପୁରୁଷ ପାଖରେ ହିଁ ସମର୍ପିତ କରିଥାନ୍ତି। ନଚେତ ଆଜିକାଲି ଏମିତି ଅନେକ ଝିଅ, ଯେଉଁମାନେ ଯୌବନ ଅବସ୍ଥାରେ ୩ ରୁ ୪ ବୟଫ୍ରେଣ୍ଡ ରଖିଥାନ୍ତି, ସେମିତି ଝିଅ କ'ଣ ବିବାହ କରିବା ପରେ ପରିବାରରେ ଭଲ ସ୍ତ୍ରୀ ଭଲ ବୋହୁ ହୋଇପାରିବେ ?
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ...