Premanand Maharaj / ପ୍ରେମାନନ୍ଦ ମହାରାଜଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା…ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ
·4 months ago·2 min read

Key Points
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସେଥିପାଇଁ ତାଙ୍କ ପଦଯାତ୍ରା ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏହାସହ ତାଙ୍କର ଏକାନ୍ତିକ ଦର୍ଶନ ବି ବନ୍ଦ ରଖାଯାଇଛି। ଯେଉଁଥିପାଇଁ ସାରା ଦେଶରୁ ଆସିଥିବା ଶ୍ରଦ୍ଧାଳୁ ମାନେ ନିରାଶ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ବିପୁଳ ସଂଖ୍ୟାରେ ଭକ୍ତ ମହାରାଜଜୀଙ୍କ ଦର୍ଶନ ପାଇଁ ବୃନ୍ଦାବନ ପହଞ୍ଚିଥିଲେ। କିନ୍ତୁ ସବୁଦିନ ଭଳି ଭୋର ୩ଟାରୁ ହେଉଥିବା ପଦଯାତ୍ରା ପାଇଁ ମହାରାଜ ବାହାରି ନ ଥିଲେ। ତାଙ୍କ ସ୍ଥାନରେ ତାଙ୍କ ଶିଷ୍ୟ ପହଞ୍ଚିଥିଲେ ଏବଂ ଲାଉଡସ୍ପିକରେ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ମହାରାଜଜୀଙ୍କ ସ୍ବାସ୍ଥ୍ୟ ବିଷୟରେ ଅବଗତ କରିଥିଲେ।
ଫଳସ୍ବରୂପ ପଦଯାତ୍ରା ବାତିଲ କରାଯାଉଛି। ଭକ୍ତମାନଙ୍କୁ ରାସ୍ତା କଡ଼ରେ ଭିଡ଼ ନ କରିବାକୁ ମଧ୍ୟ ନିବେଦନ କରାଯାଇଥିଲା। ଏହି ଘୋଷଣା ପରେ, ହଜାର ହଜାର ଭକ୍ତ ଦର୍ଶନ ନ ପାଇ ଫେରିବାକୁ ବାଧ୍ୟ ହୋଇଥିଲେ।
କିଡନୀ ରୋଗରେ ପୀଡ଼ିତ ପ୍ରେମାନନ୍ଦ ଜୀ
କେଳି କୁଞ୍ଜ ଆଶ୍ରମ ପ୍ରଶାସନ କହିଛି ଯେ, ସନ୍ଥ ପ୍ରେମାନନ୍ଦ ମହାରାଜ ଗତ ୨୧ ବର୍ଷ ଧରି କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ, ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଥ ପ୍ରେମାନନ୍ଦ ମହାରାଜ ପ୍ରତ୍ୟେକ ଭୋର ୩ଟାରେ କାଳୀ କୁଞ୍ଜ ଆଶ୍ରମରୁ ସୌଭାରୀ ବନ ପର୍ଯ୍ୟନ୍ତ ପଦଯାତ୍ରା କରୁଥିଲେ। ସେ ପ୍ରାୟ ଦେଢ଼ କିଲୋମିଟର ଚାଲି ଚାଲି ଯାଉଥିଲେ। ପ୍ରତ୍ୟେକ ରାତିରେ ହଜାର ହଜାର ଭକ୍ତ ତାଙ୍କ ପଦଯାତ୍ରାରେ ଯୋଗ ଦେବାକୁ ଏବଂ ତାଙ୍କ ଆଶୀର୍ବାଦ ପାଇବା ପାଇଁ ଆସିଥାନ୍ତି। ସାଧାରଣ ଦିନରେ ପ୍ରାୟ ୨୦,୦୦୦ ଭକ୍ତ ଦର୍ଶନ ପାଇଁ ଆସନ୍ତି। ସପ୍ତାହାନ୍ତରେ ଏବଂ ବିଶେଷ ପର୍ବପର୍ବାଣୀଗୁଡ଼ିକରେ ଏହି ସଂଖ୍ୟା ଲକ୍ଷ ଲକ୍ଷରେ ପହଞ୍ଚିଯାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସନ୍ଥ ପ୍ରେମାନନ୍ଦ ମହାରାଜ ଉତ୍ତର ପ୍ରଦେଶର କାନପୁର ଜିଲାର ନରୱାଲ ତହସିଲରେ ଅବସ୍ଥିତ ଆଖ୍ରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶମ୍ଭୁ ନାରାୟଣ ପାଣ୍ଡେ ଏବଂ ତାଙ୍କ ମାତାଙ୍କ ନାମ ରମା ଦେବୀ ଥିଲା। ସେ ତିନି ଭାଇଙ୍କ ମଧ୍ୟରେ ମଧ୍ୟମ ସନ୍ତାନ। ବାଲ୍ୟକାଳରେ ସେ ଅନିରୁଦ୍ଧ କୁମାର ପାଣ୍ଡେ ନାମରେ ପରିଚିତ ଥିଲେ। ବହୁତ କମ ବୟସରୁ ତାଙ୍କର ଆଧ୍ୟାତ୍ମିକତା ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ବାଲ୍ୟକାଳରେ, ସେ ତାଙ୍କ ବନ୍ଧୁମାନଙ୍କ ସହିତ ଏକ ଶିବ ମନ୍ଦିର ପାଇଁ ଏକ ମଞ୍ଚ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ; କିନ୍ତୁ, ଏହି ପ୍ରୟାସର ବିରୋଧର ସମ୍ମୁଖୀନ ହୋଇଥିଲେ। ସେ ଗଭୀର ଭାବରେ ନିରାଶ ହୋଇ ନିଜ ଘର ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ କଠିନ ତପସ୍ୟା ବଳରେ ସେ ସନ୍ଥ ସାଜିଥିଲେ।
ସୂଚନା ଥାଉ କି, ପ୍ରେମାନନ୍ଦ ମହାରାଜଜୀଙ୍କ ବଡ଼ ଭକ୍ତ ହେଉଛନ୍ତି ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା। ମ୍ୟାଚ ପୂର୍ବରୁ କିମ୍ବା ପରେ ବିରାଟ କୋହଲି ମହାରାଜଜୀଙ୍କୁ ଦେଖା କରିବାକୁ ଯାହା ହେଲେ ବି ନିଶ୍ଚିତ ଥରେ ବୃନ୍ଦାବନ ଯାଇଥାଆନ୍ତି।

Related Topics
Explore more stories