Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Premanand Maharaj / ଧିରେ ଧିରେ ସୁଧୁରୁଛି ପ୍ରେମାନନ୍ଦ ଜୀଙ୍କ ସ୍ୱାସ୍ଥ୍ୟବସ୍ଥା

Smruti Parija
Browse all articles by Smruti Parija
·9 months ago·2 min read
ଧିରେ ଧିରେ ସୁଧୁରୁଛି ପ୍ରେମାନନ୍ଦ ଜୀଙ୍କ ସ୍ୱାସ୍ଥ୍ୟବସ୍ଥା

Key Points

ସୁଧୁରୁଛି ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ୱାସ୍ଥ୍ୟବସ୍ଥା

କେଳି କୁଞ୍ଜ ଆଶ୍ରମରେ ଚାଲିଛି ପ୍ରେମାନନ୍ଦ ଜୀଙ୍କ ଚିକିତ୍ସା

ସୁଧୁରୁଛି ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ୱାସ୍ଥ୍ୟବସ୍ଥା । ତାଙ୍କର ଏବେ ଏକ ଭିଡିଓ ସାମନାକୁ ଆସିଛି ଯେ ଉଁଠି ସେ ନିଜେ କହୁଛନ୍ତି ଯେ ତାଙ୍କ ହାତ, ଗୋଡ ଗୁଡିକ ସଠିକ୍ କାମ କରୁଛି । ଗତକାଲି ଅପେକ୍ଷା ଭଲ ରହିଛି । ଏବଂ ସେ ଆଖି ଖୋଲିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । କେଳି କୁଞ୍ଜ ଆଶ୍ରମରେ ତାଙ୍କର ସମସ୍ତ ଚିକିତ୍ସା କରାଯାଉଛି । ପ୍ରତିଦିନ ଡାଏଲିସିସି କରାଯାଉଛି ।


ଆହୁରି ପଢନ୍ତୁ ବିବାଦରେ ପ୍ରେମାନନ୍ଦ ଜୀ ମହାରାଜ , କାହିଁକି ମହିଳାମାନଙ୍କୁ କହିଲେ ଏମିତି, ଜାଣନ୍ତୁ...


ପ୍ରେମାନନ୍ଦ ମହାରାଜ କିଡନୀ ରୋଗରେ ପୀଡିତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରେମାନନ୍ଦ ମହାରାଜ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଅଛନ୍ତି । ତାଙ୍କୁ ନିୟମିତ ଡାଏଲିସିସ୍ ଆବଶ୍ୟକ । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଛି । ଆଉ ସକାଳ ପଦଯାତ୍ରା ମଧ୍ୟ ସେ ବାହାରି ପାରୁନାହାଁନ୍ତି । ତାଙ୍କ ଅନୁପସ୍ଥିତିରେ ଭକ୍ତମାନେ ଗଭୀର ବ୍ୟଥିତ ହୋଇପଡିଛନ୍ତି । ଏବେ ସେ ବାହାରକୁ ଯିବା ସ୍ଥିତିରେ ନାହାନ୍ତି । ସେପଟେ ଆଶ୍ରମ ପକ୍ଷରୁ ପୂର୍ବରୁ ଘୋଷଣା କରିଥିଲା ​​ଯେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କର ପଦଯାତ୍ରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଭକ୍ତମାନଙ୍କୁ ଦର୍ଶନ ପାଇଁ ରାସ୍ତାରେ ମହାରାଜଙ୍କ ଅପେକ୍ଷା ନକରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦୃଷ୍ଟିରୁ ଏସବୁ ପଦକ୍ଷେପ ନିଆଯାଇଛି ।


କେଳି କୁଞ୍ଜ ଆଶ୍ରମ ପକ୍ଷରୁ ଏହା କୁହାଯାଇଛି ଯେ ମହାରାଜଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି । ଦୈନନ୍ଦିନ କାର୍ଯ୍ୟ ସେ କରିପାରୁଛନ୍ତି । କେବଳ ସକାଳ ପଦଯାତ୍ରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହା ସହିତ, ଆଶ୍ରମ ଭକ୍ତମାନଙ୍କୁ କୌଣସି ମିଥ୍ୟା କିମ୍ବା ଭିତ୍ତିହୀନ ଗୁଜବରେ ଧ୍ୟାନ ନ ଦେବାକୁ ନିବେଦନ କରାଯାଇଛି । ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ବହୁତ ପୁରୁଣା । ପୂର୍ବ ଥର ଯେବେ ପ୍ରେମାନନ୍ଦ ଜୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ସେତେବେଳେ ସେ ରାମକୃଷ୍ଣ ମିଶନ ସେବାଶ୍ରମରେ ଚିକିତ୍ସିତ ହେଉଥିଲେ । ଏହି ପୁରୁଣା ଭିଡିଓ ଆଧାରରେ ଗୁଜବ ପ୍ରଚାର ହେଉଛି । ସେପଟେ ତାଙ୍କ ଅସୁସ୍ଥତା ଖବର ଜାଣିବା ପରେ ଭକ୍ତମାନଙ୍କ ମନକୁ ଖୁବ କଷ୍ଟ ହୋଇଥିଲା । ଏବେ ତାଙ୍କ ସୁସ୍ଥତା ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି ।

ଆହୁରି ପଢନ୍ତୁ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଲେ ବାଦଶାହ , ପଚାରିଲେ ଏମିତି ପ୍ରଶ୍ନ...

Related Topics

Explore more stories

Sponsored
premanand-maharaj-health-update-video-vrindavan-kelly-kunj-ashram | Argus News