Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭଙ୍ଗା ମୂର୍ତ୍ତି, ବାସିଫୁଲ ନଦୀରେ ଫିଙ୍ଗୁଥିଲେ ହେଇଯାଅନ୍ତୁ ସାବଧାନ...

Manini Pattanayak
Browse all articles by Manini Pattanayak
·2 years ago·2 min read
ଭଙ୍ଗା ମୂର୍ତ୍ତି, ବାସିଫୁଲ  ନଦୀରେ ଫିଙ୍ଗୁଥିଲେ ହେଇଯାଅନ୍ତୁ ସାବଧାନ...

ନୂଆଦିଲ୍ଲୀ: ନଦୀରେ ଫୁଲ ମାଳ ବିସର୍ଜନ କରିବା ପୂର୍ବରୁ ଏହି କିଛି  କଥା ଉପରେ ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ।  ପ୍ରେମାନନ୍ଦ  ମହାରାଜ  କହିଛନ୍ତି ଭଙ୍ଗା ମୂର୍ତ୍ତି ଏବଂ  ଫୁଲ ମାଳ ନଦୀରେ  କିପରି ଭାବେ ବିସର୍ଜନ କରିବା ଦରକାର ।  ପ୍ରେମାନନ୍ଦ ମହାରାଜ ଙ୍କ କହିବାନୁଯାୟୀ କିଛି ଲୋକ ଭଗବାନଙ୍କ ମୂର୍ତ୍ତି ବ୍ୟବହାର କରି ସାରିବା  ତାକୁ ଫିଙ୍ଗି ଦେଇଥାନ୍ତି।  ତେବେ ଏହା କରିବା ଦ୍ୱାରା ଭଗବାନଙ୍କ ଅପମାନ ହୋଇଥାଏ। ଆଜିକା ସମୟରେ  ସ୍ୱାର୍ଥ ସବୁଠାରୁ ଉପରେ।  ଯେଉଥିପାଇଁ ନାମର ସମ୍ମାନ ଅଛି ନା ମୂର୍ତ୍ତିର।  ଲୋକେ ଭଗବାନଙ୍କ ମୂର୍ତ୍ତି ଗଢି  ଫିଙ୍ଗି ଦେଇଥାନ୍ତି।   ଯେତେବେଳେ ଆପଣମାନେ ଭଗବାନଙ୍କ  ମୂର୍ତ୍ତି, ନାମ ଏବଂ  ଗ୍ରନ୍ଥକୁ ଅନାଦାର କରିବେ ତାହା ହେଲେ କିପରି  ଭଗବାନଙ୍କ ଆରାଧନା  କରିପାରିବେ।  ଉଦାହରଣ ଦେଇ ପ୍ରେମାନନ୍ଦ ମହାରାଜ  କହିଛନ୍ତି, ସିଖ ଭାଇ ଗୁରୁ ଗ୍ରନ୍ଥର  ବହୁତ  ଆଦର କରନ୍ତି ବହୁତ ସମ୍ମାନ କରନ୍ତି।

 ସମାନେ ଗୁରୁ ଗ୍ରନ୍ଥ କୁ ସିଂହାସନ ଉପରେ ବିରାଜମାନ କରି  ତାଙ୍କ ସାମ୍ନାରେ ହାତ ଯୋଡି  ପଢିଥାନ୍ତି।  ମହାରାଜ ଆଗକୁ ଆହୁରି କହିଛନ୍ତି  ଯଦି ଆପଣ  ନିଜର ଦୁର୍ଗତୀ  ଚାହୁଁ ନାହାଁନ୍ତି  ତେବେ ଭଗବାନଙ୍କ ନାମ , ରୂପ ଏବଂ ତାଙ୍କ ଗ୍ରନ୍ଥକୁ ଅପମାନ କରନ୍ତୁ ନାହିଁ।  ଖାଲି ସେତିକି ନୁହେଁ ଭଗବାନଙ୍କ ପ୍ରୟୋଗ ନିଜ ସ୍ୱାର୍ଥ ପାଇଁ କରନ୍ତୁ ନାହିଁ ବୋଲି କହିଛନ୍ତି ପ୍ରେମାନନ୍ଦ ମହାରାଜ ।  ମହାରାଜ କହିଛନ୍ତି  ଭଙ୍ଗା ମୂର୍ତ୍ତି ଏବଂ ଫୁଲ କୁ ନଦୀରେ ପକାଇବା  ଉଚିତ୍‌ ନୁହେଁ। ବରଂ ନଦୀର  କୂଳରେ ଏକ ଛୋଟ ଗର୍ତ୍ତ କରି ସେଥିରେ ଏହାକୁ ପୋତି ଦେବା ଉଚିତ୍‌।  ପ୍ରାୟତଃ ଆପଣ ଦେଖିଥିବେ ଲୋକମାନେ ନଦୀକୂଳରେ  ପୂଜା କରି ଫୁଲ, ଦୀପ ସେହିଠାରେ ଛାଡିକି ଚାଲିଆସିଥାନ୍ତି।  ଯାହାଦ୍ୱାରା  ସେଠାରେ ଚଲାବୁଲା କରୁଥିବା  ଲୋକମାନେ ଅଜାଣତରେ ଏ ସମସ୍ତ ସାମଗ୍ରୀକୁ ପାଦରେ ମାଡି ଦେଇଥାନ୍ତି। ଯାହା ସବୁଠାରୁ ବଡ ଅପରାଧ କହିଲେ ଚଳେ।  ଯେଉଁ ଲୋକ ଭଗବାନଙ୍କ ଅପମାନ କରେ  ତାହାର ବିନାଶ ହୋଇଥାଏ,  ବେପାର ବଣିଜରେ ବାଧା ଉପୁଜିଥାଏ।  ଶରୀରରେ  ରୋଗ  ସୃଷ୍ଟି ହୋଇଥାଏ।  ତାଙ୍କର ଦୁର୍ଗତି ଆରମ୍ଭ ହୋଇଯାଇଥାଏ।  
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
premanand maharaj said broken idols or flower garlands should not be thrown in rivers nadiyon me murti visarjan | Argus News