ଅନ୍ତିମ ପର୍ଯ୍ୟାୟରେ ଗାନ୍ଧୀନଗର ରଥଯାତ୍ରାର ପ୍ରସ୍ତୁତି

Key Points
ରଥ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି
ଅନ୍ତିମ ପର୍ଯ୍ୟାୟରେ ଗାନ୍ଧୀନଗର ରଥଯାତ୍ରାର ପ୍ରସ୍ତୁତି
ଓଡ଼ିଆ ରୀତି ନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେବ
ଆଜି ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରୁ ବାହାରି ସନ୍ଧ୍ୟାରେ ନବଯୌବନ ଦର୍ଶନ ଦେବେ
ରଥଯାତ୍ରା ପାଇଁ ଗୁଜୁରାଟ ଗାନ୍ଧୀନଗରସ୍ଥିତ ଅଡାଲଜରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଓଡ଼ିଆ ରୀତିନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେବ । ଚଳିତ ଥର ରାଜ୍ୟସଭା ସାଂସଦ ତଥା ଗୁଜରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନରହରି ଅମିନ ମୁଖ୍ୟ ଅତିଥିଭାବେ ଏବଂ ଗାନ୍ଧୀନଗର ମହାନଗର ନିଗମର ମେୟର ମୀରାବେନ ପଟେଲ ସମ୍ମାନୀତ ଅତିଥିଭାବେ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜେସିଏଆରସିର ଅଧ୍ୟକ୍ଷ ମହେଶ୍ୱର ସାହୁ ।
ଓଡିଆ ରୀତିନୀତି ଅନୁଯାୟୀ ଆଜି ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରୁ ବାହାରି ସନ୍ଧ୍ୟାରେ ନବଯୌବନ ଦର୍ଶନ ଦେବେ । ଆସନ୍ତାକାଲି ସକାଳ ୮ଟାରେ ଆଜ୍ଞାମାଳ ଆସିବା ପରେ ପହଣ୍ଡିବୀଜେ ନୀତି ଅନୁଷ୍ଠିତ ହେବ । ମନ୍ଦିରର ନିୟମନୁଯାୟୀ ମହିଳା ଶ୍ରଦ୍ଧାଳୁମାନେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଆଣିବେ । ଏହା ପରେ ଛେରାପହଁରା ନୀତି ହେବ । ମୁଖ୍ୟ ଅତିଥି ସାଂସଦ ନରହରି ଅମିନ ଛେରା ପହଁରା ନୀତି ସମ୍ପାଦନ କରିବେ ।
ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥ ଟଣା ଆରମ୍ଭ ହେବ । ନିକଟରେ ଥିବା ଦେବୀ ଅନ୍ନପୂର୍ଣ୍ଣା ମନ୍ଦିରକୁ ତିନି ଠାକୁର ଯାତ୍ରା କରିବେ । ସେଠାରେ ଦୁଇ ଘଣ୍ଟା ରହଣି ପରେ ପୁଣି ଜଗନ୍ନାଥ ମନ୍ଦିରକୁ ଚର୍ତୁଦ୍ଧାମୂର୍ତ୍ତି ଫେରି ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ରଥ ଯାତ୍ରାରେ ପ୍ରାୟ ୧୦,୦୦୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କର ସମାଗମ ହେବାର ସମ୍ଭାବନା ରହିଛି । ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ତାସହ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଛି । ଏହା ସହିତ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ।
📱 Get Argus News App
✨ସେପଟେ ପୁରୀରେ ରଥ ଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ସ୍ଵତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ । କୁମ୍ଭମେଳା ଢଙ୍ଗରେ ଏଥର ଟ୍ରାଫିକ ନିୟନ୍ତ୍ରଣ ହେବ । ଏକାଧିକ ସ୍ଥାନରେ ରହିବ ଭେହିକିଲ୍ ହୋଲ୍ଡିଂ ଏରିଆ । ପ୍ରଥମକରି କାର୍ଯ୍ୟକ୍ଷମ ହେବ integrated command and control room । ଚଳିତ ଥର ପ୍ରଥମକରି DIGITAL NETWORK SYSTEM ବ୍ୟବହାର କରିବ ପୋଲିସ । 10 ଟି କମ୍ୟୁନିକେସନ ସିଷ୍ଟମ ମାଧ୍ୟମରେ ଟିମ୍ ୱାଇଜ୍ ହେବ ଟ୍ରାଫିକ ମ୍ୟାନେଜମେଣ୍ଟ ।
ପ୍ରଥମ କରି ନିୟୋଜିତ ହେବେ ୩୦୦ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିର କର୍ମକର୍ତ୍ତା । ୱାର୍ ରୁମ୍ ବା କଣ୍ଟ୍ରୋଲ ରୁମ୍ ରୁ ନିୟନ୍ତ୍ରିତ ହେବ ସମସ୍ତ ଟ୍ରାଫିକ ବ୍ୟବସ୍ଥା । ୬ଟି ଏନଫୋରସମେଣ୍ଟ ସ୍କ୍ବାର୍ଡ ଜରିଆରେ ନୋ ପାର୍କିଂ ଏରିଆରୁ ଉଚ୍ଛେଦ କରାଯିବ । ୱାଚ୍ ଟାୱାର ଜରିଆରେ ଯାନବାହନର ଗତିବିଧି ନିୟନ୍ତ୍ରିତ କରାଯିବ । VHF NETWORK SYSTEM ବ୍ୟବହୃତ ହେବ ।
୮୦ରୁ ଅଧିକ ଏଡ୍ ପୋଷ୍ଟ ରହିବ । FLEXIBILITY ପ୍ଲାନ୍ ଅନୁସାରେ ବିଭିନ୍ନ ପଏଣ୍ଟରେ ଲୋକାଲ ଅଫିସର ମୁତୟନ ରହିବେ । ସେପଟେ ୩ ଭାଗରେ ବିଭକ୍ତ ହୋଇଛି ବ୍ୟବସ୍ଥା । ଷ୍ଟର୍ଲିଂ ହୋଟେଲ, ମାଳତିପାଟପୁର ତାଳବଣିଆରେ ହୋଇଛି ପାର୍କିଂ ବ୍ୟବସ୍ଥା । 21ଟି ପାର୍କିଂ ଲଟ୍ କରାଯାଇଛି । ଟ୍ରାଫିକ୍ ନିର୍ଦ୍ଦେଶାବଳୀ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରିଛି ପୋଲିସ୍ ।