Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କବାଦୀଙ୍କ ଉପରେ ମିଲିଟାରୀ ଆକ୍ସନ ପାଇଁ ପ୍ରସ୍ତୁତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆତଙ୍କବାଦୀଙ୍କ ଉପରେ ମିଲିଟାରୀ ଆକ୍ସନ ପାଇଁ ପ୍ରସ୍ତୁତି

ସୁଖୋଇ, ରାଫେଲ୍, ମିରାଜ୍, ଜାଗୁଆର... ମିଗ୍ 24, ମିଗ୍ 29, AN 32, MI 17 ଚପର। ଫାଇଟର ଜେଟ୍ ଗୁଡ଼ିକର ଟଚ୍ ଡାଉନ୍, ବାୟୁସେନା ହେଲିକପ୍ଟର ଗୁଡ଼ିକର ଉଡ଼ାଣ । ଏ ଗର୍ଜନ ଭିତରେ ରହିଛି ଆତଙ୍କବାଦୀଙ୍କ ପାଇଁ ଅଲଟିମେଟମ୍। ଏ ଗର୍ଜନ ଭିତରେ ରହିଛି ପାକିସ୍ତାନ ପାଇଁ ସତର୍କ ଘଣ୍ଟି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରବର୍ତ୍ତୀ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତଜେନାପୂର୍ଣ୍ଣ ସ୍ଥିତି ଭିତରେ ୟୁପିର ଗଙ୍ଗା ଏକ୍ସପ୍ରେସ୍ ୱେର ଏ ଚିତ୍ର ଭାରତର ଶତ୍ରୁଙ୍କ ଛାତି ଥରାଇ ଦେଇଛି। ସାହାଜାହାନପୁର ଏକ୍ସପ୍ରେସ ୱେ ବନିଲା ରନ୍‌ ୱେ। ଇଏ ଆତଙ୍କବାଦୀ ଉପରେ ମିଲିଟାରୀ ଆକ୍ସନ ପାଇଁ ଭାରତୀୟ ସେନାର ତୟାରି। ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବୈଠକ ପରେ ଭାରତୀୟ ସେନାର ଏ ଶକ୍ତି ପ୍ରଦର୍ଶନ ଶତ୍ରୁଙ୍କୁ ବଡ଼ ବାର୍ତ୍ତା ଦେଇଛି।

ପହଲଗାମର ନର ପିଶାଚଙ୍କୁ ଅଲଆଉଟ କରିବାକୁ କାଶ୍ମୀର ଘାଟିରେ ଚାଲିଛି ବଡ଼ ଅପରେସନ। NIAକୁ ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀରର ଘଞ୍ଚ ଜଙ୍ଗଲରେ ଲୁଚିଛନ୍ତି ଆତଙ୍କବାଦୀ। ସେମାନଙ୍କ ପାଖରେ ବଞ୍ଚିରହିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ବି ଅଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଆକ୍ରମଣର ୪୮ ଘଣ୍ଟା ପୂର୍ବରୁ ବୈସାରନ ଘାଟିରେ ପହଞ୍ଚି ସାରିଥିଲେ ଆତଙ୍କୀ। ଏପଟେ ଭାରତର କାର୍ଯ୍ୟାନୁଷ୍ଠାନ ଡରରେ LOCରେ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଲଗାତାର ୮ ଦିନ ହେବ ଜାରି ରହିଛି ଫାୟାରିଂ । ସେପଟେ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ପୁର୍ଣ୍ଣ ସମର୍ଥନ ଦେଇଛି ଆମେରିକା। ଆମେରିକା ବୈଦେଶିକ ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି ପହଲଗାମ୍ ଆତଙ୍କୀ ହମଲା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମର ପୂର୍ଣ୍ଣ ସମର୍ଥନ ରହିଛି ।

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଆତଙ୍କୀ ସଂଗଠନ ଲସ୍କର ଏ ତୋଇବା ମୁଖ୍ୟ ହାଫିଜ ସଇଦର ସୁରକ୍ଷା ପାଇଁ ଏବେ ପାକିସ୍ତାନର ଟେନସନ। ଭାରତର ଆକ୍ରମଣ ଭୟରେ ହାଫିଜକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଉଛି ପାକସେନା। ଭାରତ ହାଫିଜ ଘର ଉପରେ ଏୟାର ଷ୍ଟ୍ରାଇକ୍ କରିବା ଭୟରେ ହାଫିଜର ପୁରୁଣା ଠିକଣାକୁ ବଦଳାଇ ଜନଗହଳିପୂର୍ଣ୍ଣ ସ୍ଥାନକୁ ସିଫ୍ଟ କରାଯାଇଛି । ହାଫିଜ ସଇଦ ରହୁଥିବା ଘର ଉପରେ ଡ୍ରୋନ୍ ଓ ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯାଉଛି । ହାଫିଜ ଘରର ୪ କିଲୋମିଟର ପର୍ଯ୍ୟନ୍ତ ଲାଗିଛି ସିସିଟିଭି କ୍ୟାମେରା। ହାଇ ସିକ୍ୟୁରିଟି ସିସିଟିଭି କ୍ୟାମେରା ଖଞ୍ଜିଛି ପାକିସ୍ତାନ ସରକାର । ଅହରହ ସଇଦ ଘର ଉପରେ ବୁଲୁଛି ଡ୍ରୋନ୍ । ସୁରକ୍ଷା ବ୍ୟବସ୍ଥା ଟିକ୍ ନିକ୍ ଯାଞ୍ଚ କରୁଛି ଡ୍ରୋନ୍ କ୍ୟାମେରା । ଇଏ ସେହି ବୟାନର ପ୍ରଭାବ ଯେଉଁଥିରେ ପହଲଗାମ ଆତଙ୍କୀଙ୍କୁ ନିପାତ କରିବା ନେଇ ଦେଇଥିଲେ ପିଏମ୍ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
preparations-for-military-action-against-terrorists | Argus News