Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

President / ରବିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି

Rashmita Mishra
Browse all articles by Rashmita Mishra
·5 months ago·3 min read
ରବିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି
President

Key Points

ଦେଶର ବିକାଶ ହେଉଛନ୍ତି ଯୁବପିଢ଼ି । 
ରବିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ଦେଶ ଏବଂ ବିଦେଶରେ ରହୁଥିବା ଆମେ ଭାରତର ଲୋକମାନେ, ଉତ୍ସାହର ସହ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛୁ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଜାତୀୟ ପର୍ବ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ପବିତ୍ର ଗଣତନ୍ତ୍ର ଦିବସ ଆମ ଦେଶର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରେ ଦେଶର ଭାଗ୍ୟ ଏବଂ ପରିସ୍ଥିତି ଉପରେ ଅବଲୋକନ କରିବାର ଏକ ଅବସର ଆଣିଦେଇଥାଏ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ, ସ୍ୱାଧୀନତା ସଂଗ୍ରାମ ଯୋଗୁଁ, ଆମ ଦେଶର ଭାଗ୍ୟ ପରିବର୍ତ୍ତନ ହେବା ସହ ଭାରତ ସ୍ୱାଧୀନ ହୋଇଥିଲା। ଆମେ ଆମ ଜାତିର ଭାଗ୍ୟ ନିର୍ଦ୍ଧାରଣ କରିଥିଲୁ।

୧୯୫୦ ମସିହା ଜାନୁଆରି ୨୬ ତାରିଖରୁ ଆମେ ଆମ ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶ ଦିଗରେ ଆଗକୁ ବଢୁଛେ। ସେହି ଦିନ ଆମେ ଆମର ସମ୍ବିଧାନକୁ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିଥିଲୁ। ଗଣତନ୍ତ୍ରର ଜନନୀ ଭାରତର ସମ୍ବିଧାନ ଉପନିବେଶବାଦର ବିଧି ବିଧାନରୁ ମୁକ୍ତ ହୋଇ ଲୋକତନ୍ତ୍ରର ଏହି ଗଣରାଜ୍ୟ ତାର ଅସ୍ତିତ୍ୱକୁ ଫେରି ପାଇଥିଲା। ଆମର ସମ୍ବିଧାନ ହେଉଛି ବିଶ୍ୱ ଇତିହାସରେ ଆଜି ପର୍ଯ୍ୟନ୍ତ ସର୍ବବୃହତ ଗଣତନ୍ତ୍ରର ଆଧାର ଗ୍ରନ୍ଥ। ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ଆଦର୍ଶ ଆମ ସମ୍ବିଧାନର ପରିଭାଷା। ସମ୍ବିଧାନ ପ୍ରଣେତାମାନେ ଜାତୀୟତା ଏବଂ ଏକତାର ଭାବନା ସହ ସାମ୍ବିଧାନିକ ବ୍ୟବସ୍ଥାକୁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛନ୍ତି। ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆମ ଦେଶକୁ ଏକତ୍ର କରିଥିଲେ। ଗତବର୍ଷ ଅକ୍ଟୋବର ୩୧ ତାରିଖରେ, କୃତଜ୍ଞ ଦେଶବାସୀମାନେ ଉତ୍ସାହର ସହ ତାଙ୍କର ୧୫୦ ତମ ଜୟନ୍ତୀ ପାଳନର ଶୁଭ ଅବସରରେ ବିଭିନ୍ନ ଉତ୍ସବ ଏବଂ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଆପଣମାନେ ସମସ୍ତେ ଆମର ଜୀବନ୍ତ ଗଣତନ୍ତ୍ରକୁ ମଜବୁତ୍ କରୁଛନ୍ତି। ଆମର ତିନି ସେନାର ପରାକ୍ରମ ଯବାନ ମାତୃଭୂମିର ରକ୍ଷା ପାଇଁ ସଦାସର୍ବଦା ସର୍ତକ ରହିଛନ୍ତି। ଆମର କର୍ତ୍ତବ୍ୟନିଷ୍ଠ ପୁଲିସ କର୍ମୀ ତଥା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଯବାନ ଦେଶବାସୀଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ତତ୍ପର ପାଇଁ ସଜାଗ ଅଛନ୍ତି। ଆମର ଅନ୍ନଦାତା ଚାଷୀମାନେ ଦେଶବାସୀଙ୍କ ପାଇଁ ପୋଷଣ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ଆମ ଦେଶର ପରିଶ୍ରମୀ ଏବଂ ପ୍ରତିଭାବାନ ମହିଳାମାନେ ଅନେକ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଛନ୍ତି। ଆମର ଉତ୍ସର୍ଗୀକୃତ ଡାକ୍ତର, ନର୍ସ ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଆମ ଦେଶବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି। ଆମର ନିଷ୍ଠାପର ସଫେଇ ମିତ୍ର ଦେଶକୁ ସ୍ୱଚ୍ଛ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସେହିପରି ସେ କହିଛନ୍ତି ଦେଶର ବିକାଶରେ ଯୁବପିଢ଼ିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି।

ଆମର ବୁଦ୍ଧିମାନ ଶିକ୍ଷମାନନେ ଭବିଷ୍ୟତ ପିଢ଼ିର ନିର୍ମାଣ କରୁଛନ୍ତି। ଆମର ଆନ୍ତର୍ଜାତୀୟ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନେ ଦେଶର ବିକାଶକୁ ନୂତନ ଦିଗଦର୍ଶନ ଦେଉଛନ୍ତି। ଆମର ପରିଶ୍ରମୀ ଶ୍ରମିକ ଭାଇ ଏବଂ ଭଉଣୀମାନେ ଦେଶର ପୁନଃନିର୍ମାଣ କରୁଛନ୍ତି। ଆମର ଉଜ୍ଜ୍ୱଳ ଯୁବପିଢ଼ି ଏବଂ ପିଲାମାନେ, ସେମାନଙ୍କର ପ୍ରତିଭା ଏବଂ ଯୋଗ଼ଦାନ ସହ ଦେଶର ସୁବର୍ଣ୍ଣ ଭବିଷ୍ୟତ ପ୍ରତି ଆମର ବିଶ୍ୱାସକୁ ମଜବୁତ କରୁଛନ୍ତି। ଆମର ପ୍ରତିଭାବାନ କଳାକାର, କାରିଗର ଏବଂ ସହଯୋଗୀମାନେ ଆମର ସମୃଦ୍ଧ ପରମ୍ପରାକୁ ଏକ ଆଧୁନିକ ଅଭିବ୍ୟକ୍ତି ଦେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞମାନେ ଦେଶର ବହୁମୁଖୀ ବିକାଶକୁ ନତନ ଦିଗ ଦେଉଛନ୍ତି। ଆମର ଉର୍ଜ୍ଜ୍ୱଳ ଉଦ୍ୟୋଗୀମାନେ ଦେଶକୁ ବିକଶିତ ଏବଂ ଆତ୍ମନିର୍ଭର କରିବାରେ ଯୋଗଦାନ ଦେଉଛନ୍ତି। ନିଃସ୍ବାର୍ଥପରତା ସହିତ ସମାଜର ସେବା କରୁଥିବା ବ୍ୟକ୍ତି ଏବଂ ଅନୁଷ୍ଠାନ ଅଗଣିତ ଲୋକଙ୍କ ଜୀବନରେ ଆଲୋକ ଭରି ଦେଉଛନ୍ତି।

ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ସମର୍ପିତ ବ୍ୟକ୍ତି ରାଷ୍ଟ୍ର ନିର୍ମାଣ ପାଇଁ ସେମାନଙ୍କର ସେବା ଉତ୍ସର୍ଗ କରୁଛନ୍ତି। ଜନସେବାରେ ଉତ୍ସର୍ଗୀକୃତ, ଜନ ପ୍ରତିନିଧିମାନେ ଦେଶବାସୀଙ୍କ ଆକାଂକ୍ଷା ଅନୁଯାୟୀ କଲ୍ୟାଣ ଏବଂ ବିକାଶର ଲକ୍ଷ୍ୟକୁ ସାକାର କରୁଛନ୍ତି। ଏହିପରି ଭାବରେ, ସମସ୍ତ ସଚେତନ ଏବଂ ସମ୍ବେଦନଶୀଳ ନାଗରିକ ଆମର ଗଣତନ୍ତ୍ରର ପ୍ରଗତିଶୀଳ ଯାତ୍ରାକୁ ଆଗକୁ ବଢ଼ାଉଛନ୍ତି। ଆମର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଦେଶବାସୀଙ୍କୁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ପ୍ରବାସୀ ଭାରତୀୟ, ଆମ ଗଣତନ୍ତ୍ରର ଛବିକୁ ବିଶ୍ୱ ସ୍ତରରେ ପ୍ରତିପାଦନ କରି ଗୌରବ ଆଣୁଛନ୍ତି। ମୁଁ ତାଙ୍କୁ ବିଶେଷ ଭାବରେ ପ୍ରଶଂସା କରୁଛି।

ଆଜିର ଦିନ, ଜାନୁଆରି ୨୫ ତାରିଖକୁ ଆମେ ଦେଶରେ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରାଯାଉଛି। ଆମର ପ୍ରାପ୍ତବୟସ୍କ ନାଗରିକମାନେ ଜନପ୍ରତିନିଧିମାନଙ୍କୁ ବାଛିବା ପାଇଁ ଉତ୍ସାହର ସହ ମତଦାନ କରୁଛନ୍ତି। ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ମତଦାନ ଅଧିକାର ବ୍ୟବହାର କରି ରାଜନୈତିକ ଶିକ୍ଷା ସୁନିଶ୍ଚିତ କରାଯାଏ। ଆମର ମତଦାତା,ବାବାସାହେବଙ୍କ ଚିନ୍ତାଧାରା ସ୍ବରୂପ ସେମାନଙ୍କର ରାଜନୈତିକ ସଚେତନତାର ପ୍ରଦର୍ଶନ କରୁଛନ୍ତି।

ମତଦାନରେ ମହିଳାମାନଙ୍କର ଭାଗୀଦାରୀ ଆମ ଗଣତନ୍ତ୍ର ଏକ ପ୍ରମୁଖ ଦିଗ। ମହିଳାମାନଙ୍କର ସକ୍ରିୟ ଏବଂ ସଶକ୍ତିକରଣ ହେବା ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଏବଂ ଆର୍ଥିକ ସଶକ୍ତିକରଣକୁ ଉନ୍ନତ କରିବା ପାଇଁ କରାଯାଉଥିବା ରାଷ୍ଟ୍ରୀୟ ପ୍ରୟାସ ଅନେକ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରୀକୁ ବୃଦ୍ଧି କରିଛି। "ବେଟି ବଚାଓ, ବେଟି ପଢ଼ାଓ" ଅଭିଯାନ ଦ୍ବାରା ବାଳିକାମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ମିଳୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 57 କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏଥିମଧ୍ୟରୁ ପ୍ରାୟ 56 ପ୍ରତିଶତ ମହିଳାଙ୍କ ଖାତା ଖୋଲାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President | President Addresses Nation Ahead of 77th Republic Day | India News | Argus News