Videos
|
National

ଭୋଟ ଦେଲେ ରାଷ୍ଟ୍ରପତି: ଚାରିଆଡ଼େ କଡ଼ା ସୁରକ୍ଷା

Ritu Das
Browse all articles by Ritu Das
·1 year ago·2 min read
ଭୋଟ ଦେଲେ ରାଷ୍ଟ୍ରପତି: ଚାରିଆଡ଼େ କଡ଼ା ସୁରକ୍ଷା

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତଦାନ କରିଥିଲେ। ଏହି ମତଦାନ କେନ୍ଦ୍ରକୁ ସୱତନ୍ତ୍ର ଢଙ୍ଗରେ ସଜାଯାଇଛି । ଭୋଟ ଦେବା ପରେ ରାଷ୍ଟ୍ରପତି ମତଦାନ କେନ୍ଦ୍ର ବାହାରେ ଏକ ଫଟୋ ମଧ୍ୟ ଉଠାଇଥିଲେ। ମତଦାନ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ୧୩,୭୬୬ ମତଦାନ କେନ୍ଦ୍ରରେ ୧ କୋଟି ୫୬ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୮୩ ଲକ୍ଷ ୭୬ ହଜାର ପୁରୁଷ, ୭୨ ଲକ୍ଷ ୩୬ ହଜାର ମହିଳା ଏବଂ ୧,୨୬୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।


ଏହି ନିର୍ବାଚନରେ ଦିଲ୍ଲୀର ୩ ମୁଖ୍ୟ ରାଜନୈତିକ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌), ଭାଜପା ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀ ଶାସନ ଗାଦିକୁ ଫେରିବାକୁ (ଆପ୍‌) ଲକ୍ଷ୍ୟ ରଖିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଦୀର୍ଘ ୨୭ ବର୍ଷର ରାଜନୈତିକ ବନବାସକୁ ଶେଷ କରିବାକୁ ନିର୍ବାଚନୀ ପ୍ରଚାରରେ ଭାଜପା ପ୍ରୟାସ କରିଥିଲା। ତେବେ ନିର୍ବାଚନ ପ୍ରଚାର ସରିବା ପରେ କାଲକାଜୀ ବିଧାନସଭା ଆସନର ଗୋବିନ୍ଦପୁରୀସ୍ଥିତ ଫତେହ ସିଂହ ମାର୍ଗଠାରେ ସୋମବାର ବିଳମ୍ବିତ ରାତ୍ରିରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଅଞ୍ଚଳରେ ଥିବା ବସ୍ତିରେ ଭାଜପା କର୍ମୀମାନେ ଟଙ୍କା ବାଣ୍ଟିବା ସହ ଆପ୍‌କୁ ଭୋଟ ନ ଦେବା ପାଇଁ ଧମକ ଦେଉଥିବା ଅଭିଯୋଗ ଆଣି ନିଜ ସମର୍ଥକଙ୍କ ସହ ଆତିଶୀ ସେଠାରେ ପହଞ୍ଚିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାରୁ ପୋଲିସ ହସ୍ତକ୍ଷେପ କରିଥିଲା। ସେଠାରେ ପୋଲିସ ସହ ଆତିଶୀ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରଚାର ସରିବା ପରେ ମଧ୍ୟ ଆତିଶୀ ୫୦ରୁ ୬୦ ସମର୍ଥକଙ୍କ ସହ ଭୋଟରଙ୍କ ନିକଟକୁ ଯାଇଥିବାରୁ, ଏହାକୁ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଦର୍ଶାଇ ଗୋବିନ୍ଦପୁରୀ ଥାନା ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
President casts his vote: Tight security all around | Argus News