Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି: କେନ୍ଦ୍ର କ୍ୟାବିନେଟର ସୁପାରିଶ କ୍ରମେ ଭାଙ୍ଗିଲା

National

ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି: କେନ୍ଦ୍ର କ୍ୟାବିନେଟର ସୁପାରିଶ କ୍ରମେ ଭାଙ୍ଗିଲା

Ritu Das
Browse all articles by Ritu Das
·2 years ago
ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି: କେନ୍ଦ୍ର କ୍ୟାବିନେଟର ସୁପାରିଶ କ୍ରମେ ଭାଙ୍ଗିଲା

ଅର୍ଗସ ବ୍ୟୁରୋ: ତୃତୀୟ ପାଳିରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଜନତା ପାର୍ଟି । ଲୋକସଭା ଭଙ୍ଗ କରିବା ପାଇଁ କେନ୍ଦ୍ର କ୍ୟାବିନେଟର ସୁପାରିଶ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । 

ଏଥିସହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୮ତାରିଖ ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦୀ । ଏଭଳି ହେଲେ ଦେଶର ଦ୍ୱିତୀୟ ନେତା ହେବେ ନରେନ୍ଦ୍ର ମୋଦୀ, ଯିଏ ଲଗାତାର ତୃତୀୟ ଥର ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ଏହି ରେକର୍ଡ କେବଳ ଜବାହାର ଲାଲ ନେହେରୁଙ୍କ ନାଁରେ ରହିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
President dissolves | Argus News