|
logo
Live
Argus News App
GET APP

Argus News - ସଂସଦ ଭବନରେ ପ୍ରଥମ ଥର ଲାଗି ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

National

ସଂସଦ ଭବନରେ ପ୍ରଥମ ଥର ଲାଗି ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Smruti Parija
Browse all articles by Smruti Parija
·2 years ago·2 min read
ସଂସଦ ଭବନରେ ପ୍ରଥମ ଥର ଲାଗି ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ: ବଜେଟ୍ ଅଧିବେଶନର ପ୍ରଥମ ଦିନ । ମିଳିତ ଅଧିବେଶନକୁ ନୂଆ ସଂସଦ ଭବନରେ ପ୍ରଥମ ଥର ଲାଗି ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ ସମାଜ ପ୍ରତି ସମର୍ପଣ ଭାବର ପ୍ରତୀକ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ସଂସଦରେ ମିଶୁ ମୋର ଦେହ ଏ ଦେଶରେ ମାଟିରେ…. ପଂକ୍ତିକୁ ଦୋହାରଇଛନ୍ତି ରାଷ୍ଟ୍ରପତି ।  ପୂରା ଦେଶ ଶୁଣିଲା ଗୋପବନ୍ଧୁଙ୍କ ଏ ପଂକ୍ତିକୁ । ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି, ଅମୃତ କାଳରେ ନିର୍ମାଣ ହୋଇଛି ନୂଆ ସଂସଦ ଭବନ । ସମ୍ବିଧାନ ପ୍ରସ୍ତୁତକୁ ୭୫ ବର୍ଷ ପୁରିଛି । ଏହି ଅମୃତ କାଳରେ ୧୭ ହଜାରରୁ ଅଧିକ ଅମୃତ ସରୋବର ହୋଇଛି । ୨ ଲକ୍ଷରୁ ଅଧିକ ଅମୃତ ବାଟିକାର ନିର୍ମାଣ ହୋଇଛି । 

ଅମୃତ ଉତ୍ସବରେ କର୍ତ୍ତବ୍ୟପଥରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି । ଗମ୍ଭୀର ସଙ୍କଟ ସତ୍ତ୍ବେ ଭାରତ ବିକଶିତ ଭାରତ ଧାରାରେ ଆଗକୁ ବଢୁଛି । ଭାରତ ହେଉଛି ପ୍ରଥମ ଦେଶ, ଯିଏ ଚନ୍ଦ୍ରର ସାଉଥ ପୋଲରେ  ପ୍ରଥମେ ପହଞ୍ଚିଛି । G-20 ରେ ଭାରତର ଗୌରବ ବଢିଛି । asian gamesରେ ୧୦୦ରୁ ଅଧିକ ମେଡାଲ ଜିତିଛି ଭାରତ । ଦେଶକୁ ଅଟଳ ସେତୁ, ଅମୃତ ଭାରତ ଟ୍ରେନ ମିଳିଛି । 5Gରେ ଭାରତ ଦ୍ରୁତ ଗତିରେ ବଢୁଛି । ଲକ୍ଷାଧିକ ଯୁବକଙ୍କୁ ସରକାରୀ ଚାକିରି ପ୍ରଦାନ କରିଛି ଏ ସରକାର । ସେହିପରି ୧୨ ମାସରେ ଅନେକ ମହତ୍ତ୍ବପୂର୍ଣ୍ଣ କାନୁନ ଆସିଛି । ନାରୀ ଶକ୍ତି ବନ୍ଧନ ଅଧିନିୟମ ପାରିତ ।

ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଭାଗିଦାରୀ ବଢିବ ବୋଲି କହିଛନ୍ତି ରାଷ୍ଟ୍ରପତି । ଦଣ୍ଡ ନୁହେଁ ନ୍ୟାୟକୁ ପ୍ରାଥମିକତା ଦିଆଯାଇଛି । ଜାମ୍ମୁକାଶ୍ମୀରରୁ ୩୭୦ ହଟାଇବା ଇତିହାସ ବନିଛି । ୨୦୧୪-୧୫ରେ ୨୦୦୦ ଇଲେକ୍ଟ୍ରି ଯାନ ବିକ୍ରି ହେଉଥିଲା,  ଏବେ ୧୫ ଲକ୍ଷ ଏଲେକକ୍ଟ୍ରି ଯାନ ବିକ୍ରି ହେଉଛି । ସେହିପରି ରାମ ମନ୍ଦିର ଆକାଂକ୍ଷାକୁ ପୂରଣ କରିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଆଉ ୫ ବର୍ଷ ପାଇଁ ମାଗଣା ରାସନ ମିଳିବ । ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି  ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସଂସଦ ଭବନରେ ପ୍ରଥମ ଥର ଲାଗି ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | Argus News