ତିମୋର ଲେଷ୍ଟେରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
·1 year ago

ନୂଆଦିଲ୍ଲୀ: ତିମୋର ଲେଷ୍ଟେରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିମୋର ଲେଷ୍ଟେର ରାଷ୍ଟ୍ରପତି ଜୋସ୍ ରାମୋସ୍ ହୋର୍ତା ରାଷ୍ଟ୍ରପତି ମୁର୍ମୁ ଙ୍କୁ ସ୍ବାଗତ କରିଥିଲେ। ପ୍ରଥମଥର ପାଇଁ ଭାରତ ର ରାଷ୍ଟ୍ରପତି ଏହି ଦକ୍ଷିଣ ପୂର୍ବ ଏସିଆ ଦେଶକୁ ଗସ୍ତ କରିଛନ୍ତି।
ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନାରେ ଦୁଇ ଦେଶର ରାଷ୍ଟ୍ରପତି ଏବଂ ପ୍ରତିନିଧୀ ମଣ୍ଡଳ ଯୋଗ ଦେବେ। ନ୍ୟୁଜିଲ୍ୟାଣ୍ଡ ଏବଂ ଫିଜି ଗସ୍ତ ଶେଷ କରିବା ପରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଶନିବାର ଦିନ ତିନି ଦେଶ ଗସ୍ତର ଶେଷ ରେ ତିମୋର-ଲେଷ୍ଟରେ ପହଞ୍ଚିଛନ୍ତି। ଭାରତରୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ତିମୋର-ଲେଷ୍ଟେକୁ ଏହା ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଗସ୍ତ ହେବ।
ଅଧିକ ପଢନ୍ତୁ ବିଦେଶ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
