Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କଲେ ଭାରତ ରତ୍ନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କଲେ ଭାରତ ରତ୍ନ

ଅର୍ଗସ ବ୍ୟୁରୋ:  ପ୍ରଦାନ କରାଗଲା ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ସମ୍ମାନ ପ୍ରଦାନ କରିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ଏହି ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି । ବିହାରର ୨ ଥରର ମୁଖ୍ୟମନ୍ତ୍ରୀ ଥିବା କର୍ପୂରୀ ଠାକୁର ଜନ ନାୟକ ଭାବେ ଜଣାଶୁଣା । ବିହାରର ଦଳିତ ବର୍ଗଙ୍କ ପାଇଁ ସେ ଅନେକ ସମୟରେ ସ୍ୱର ଉତ୍ତୋଳନ କରୁଥିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ  ଚୌଧୁରୀ ଚରଣ ସିଂହ ଓ ପିଭି ନରସିଂହରାଓଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଛି ।

ଏହାସହ ସବୁଜ ବିପ୍ଲବର ଜନକ ଏମଏସ ସ୍ୱାମୀନାଥନଙ୍କୁ ମିଳିଛି ମରଣୋତ୍ତର ଭାରତ ରତ୍ନ ସମ୍ମାନ । ସମସ୍ତଙ୍କ ପରିବାର ସଦସ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏ ସମ୍ମାନ ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Draupadi Murmu presented Bharat Ratna | Argus News