Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Rashmita Mishra
Browse all articles by Rashmita Mishra
·1 year ago·1 min read
 ଆଜି ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ପ୍ରୟାଗରାଜ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାକୁମ୍ଭରେ ବୁଡ଼ ପକାଇବାର ରହିଛି କାର୍ଯ୍ୟକ୍ରମ। ଅକ୍ଷୟବଟ ଏବଂ ବଡ଼େ ହନୁମାନ ମନ୍ଦିରରେ କରିବେ ପୂଜାର୍ଚ୍ଚନା । ଦେଶବାସୀଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବେ ମହାମହିମ ।


ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ ଗସ୍ତରେ ଯିବେ। ସେଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ। ମହାକୁମ୍ଭରେ ବୁଡ଼ ପକାଇବାର ରହିଛି। ସଙ୍ଗମରେ ସ୍ନାନ କରିବା ସହିତ ଅକ୍ଷୟବଟ ଏବଂ ବଡ଼େ ହନୁମାନ ମନ୍ଦିରରେ ଦର୍ଶନ କରି ପୂଜାର୍ଚ୍ଚନା କରିବେ । ଦେଶବାସୀଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବେ ରାଷ୍ଟ୍ରପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଅବସରରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ସୋମବାର ସକାଳେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟା ୬ଟାରେ ପ୍ରୟାଗରାଜରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।


Sponsored
President Draupadi Murmu to visit Prayagraj today | Argus News