Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଷ୍ଟ୍ରକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

National

ରାଷ୍ଟ୍ରକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଷ୍ଟ୍ରକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ:  ୭୫ତମ ଗଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ପାଇଁ ଅଭିନନନ୍ଦନ ଜଣାଇ ସେ କହିଛନ୍ତି ଯେ ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସମୟ । ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି। ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତି ନାଗରିକଙ୍କ ଯୋଗଦାନ ଜରୁରୀ । ଗଣତନ୍ତ୍ର ଦିବସ ଆମର ମୌଳିକ ମୂଲ୍ୟବୋଧ ଏବଂ ନୀତିକୁ ମନେ ପକାଇବାର ଏକ ଗୁରୁତ୍ବପୂର୍ଣ୍ଣ ଅବସର।

ଏହି ଅବସରରେ ସାମାଜିକ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ କର୍ପୂରୀ ଠାକୁରଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି କର୍ପୂରୀ ଠାକୁରଙ୍କ ଜନ୍ମଶତବାର୍ଷିକୀ ପାଳନ ଗତକାଲି ଶେଷ ହୋଇଛି। କର୍ପୂରୀ ଜୀ ପଛୁଆ ବର୍ଗର ଅନ୍ୟତମ ଶ୍ରେଷ୍ଠ ଜନନାୟକ ଥିଲେ ଯିଏ କି ସେମାନଙ୍କ କଲ୍ୟାଣ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହାସହ ସଦ୍ୟ ସମାପ୍ତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପ୍ରଶଂସା କରିଛନ୍ତି। ସେ ଆହୁରି କହିଛନ୍ତି, ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ସ୍ଥାପିତ ମୂର୍ତ୍ତିର ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହ ଆମେ ସମସ୍ତେ ଦେଖିଥିଲୁ । ଉଚିତ ନ୍ୟାୟିକ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଛି । ଏହା ଫଳରେ ନ୍ୟାୟିକ ପ୍ରକ୍ରିୟା ଉପରେ ଆମର ବିଶ୍ବାସ ପ୍ରମାଣିତ ହୋଇଛି ।  ‘ନାରୀ ଶକ୍ତି ବନ୍ଦନ ଆଇନ’ ମହିଳା ସଶକ୍ତୀକରଣର ଏକ ବୈପ୍ଳବିକ ମାଧ୍ୟମ ସାବ୍ୟସ୍ତ ହେବ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
President Droupadi Murmu addressed the nation | Argus News