Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ'

Banajyotshna Ray
Browse all articles by Banajyotshna Ray
·1 year ago·1 min read
'ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ'

ଅର୍ଗସ ବ୍ୟୁରୋ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିବେ। ସଂସଦରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦରେ ପହଞ୍ଚିବାପରେ ରାଷ୍ଟ୍ରପତିଙ୍କ ସମ୍ୱୋଧନ । ମହାକୁମ୍ଭରେ ମୃତାହୃତଙ୍କ ପ୍ରତି ରାଷ୍ଟ୍ରପତି ସମବେଦନା ଜଣାଇଛନ୍ତି। ମହାକୁମ୍ଭ ଭାରତର ସାମାଜିକ ଚେତନାର ପର୍ବ ବୋଲି କହିଛନ୍ତି ରାଷ୍ଟ୍ରପତି। ଏହାସହ କହିଛନ୍ତି, ନିକଟରେ ସମ୍ୱିଧାନକୁ ୭୫ ବର୍ଷ ପୁରିଛି। ଆୟୁଷ୍ମାନ ଭାରତରେ ୬ କୋଟିରୁ ଅଧିକ ବରିଷ୍ଠ ନାଗରିକଙ୍କୁ ସାମିଲ । ବଜେଟ୍‌ ପୂର୍ବରୁ ସଂସଦର ଉଭୟ ସଦନକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିସ୍ତାର କରାଯାଇଛି।


ଏଥିପାଇଁ ୫ ଲକ୍ଷ ୩୬ ହଜାର କୋଟିର ବ୍ୟୟ ବରାଦ ହୋଇଛି। ଆମ ସରକାର ଗରିବର ବିକାଶ ପାଇଁ ପ୍ରତିବନ୍ଧ ଅଛନ୍ତି ।ଆୟୁଷ୍ମାନ ଯୋଜନାରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି। ସ୍ୱାମୀତ୍ୱ ଯୋଜନାରେ ୨କୋଟି ୩୫ ଲକ୍ଷ କାର୍ଡ ଜାରି। ଆମ ସରକାରର ମନ୍ତ୍ର ହେଉଛି ସବକା ସାଥ, ସବକା ବିକାଶ। ଏହି ମନ୍ତ୍ରର ମୂଳ ଲକ୍ଷ୍ୟ ହେଉଛି ବିକଶିତ ଭାରତ ଗଠନ କରିବା। ବଜେଟ ଅଧିବେଶନ ପୂର୍ବରୁ ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
President Droupadi Murmu addresses Parliament update | Argus News