ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
·1 year ago

ଅର୍ଗସ ବ୍ୟୁରୋ: ଗୋଆରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତର ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିକ୍ରାନ୍ତରେ ଉପସ୍ଥିତ ରହି ଗଭୀର ସମୁଦ୍ରରେ ଭାରତୀୟ ନୌସେନାର ସମରାଭ୍ୟାସକୁ ଦେଖିଲେ ରାଷ୍ଟ୍ରପତି। ଏହାସହ ସମୁଦ୍ରରେ ସରଫେସ୍ ଅପରେସନ, ବୁଡ଼ା ଜାହାଜର ଯୁଦ୍ଧ କୌଶଳ ଦେଖିଲେ ରାଷ୍ଟ୍ରପତି। ଏଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୧୫୦ ଯବାନଙ୍କ ଦ୍ବାରା ଅଭିବାଦନ ପ୍ରଦାନ କରାଯାଇଥିଲ। ବରିଷ୍ଠ ନୌସେନା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନୌସେନାର ବିଭିନ୍ନ ପରାକ୍ରମର ସାକ୍ଷୀ ରହିଲେ ରାଷ୍ଟ୍ରପତି । ବିକ୍ରାନ୍ତ ଯୁଦ୍ଧ ଜାହାଜରୁ ଲଢୁଆ ବିମାନ ଓ ହେଲିକ୍ୟାପ୍ଟରର ଉଡ଼ାଣ ଓ ଅବତରଣ କିପରି ହୁଏ ତାହାକୁ ଅତି ନିକଟରେ ଦେଖିଲେ ରାଷ୍ଟ୍ରପତି । ଏହାସହିତ ଆଇଏନଏସ ବିକ୍ରାନ୍ତରେ ମୁତୟନ ଥିବା ମହିଳା ଅଗ୍ନିବୀରଙ୍କ ସହ ଆଲୋଚନା କରିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: