Videos
|
National

ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜନୀତିଠୁ ଦୂରରେ ରହି ଟିପ୍ପଣୀ ଦେବାକୁ କହିଛନ୍ତି ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·2 years ago·2 min read
ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜନୀତିଠୁ ଦୂରରେ ରହି ଟିପ୍ପଣୀ ଦେବାକୁ କହିଛନ୍ତି ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜନୀତିଠୁ ଦୂରରେ ରହି ଟିପ୍ପଣୀ ଦେବାକୁ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତଦନ୍ତ ଲାଗି ମୋ ସରକାର ପ୍ରତିବଦ୍ଧ ପ୍ରତିଶ୍ରୁତିବଦ୍ଧ । ପେପର୍ ଲିକ୍‌ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି । ମାମଲାର ନିରପେକ୍ଷ ତଦନ୍ତ ହେବ । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି । ଦୋଷୀକୁ କଠିନ ଶାସ୍ତି ମିଳିବ କହିଛନ୍ତି ରାଷ୍ଟ୍ରପତି ।

 

ଅନ୍ୟପଟେ NEET ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଗଡ଼ବଡ଼ି ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ନିଟ୍ ବ୍ୟବସ୍ଥାକୁ ସମ୍ପର୍ଣ୍ଣ କ୍ଲିନ୍ କରିବା ସହ ପରୀକ୍ଷାର୍ଥୀଙ୍କ ଭରସା ଜିତିବାକୁ ପୂରା ଜୋର ଲଗାଇ ଦେଇଛି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ । ଏନେଇ ଗୋଟିଏ ପରେ ଗୋଟେ ବଡ଼ ନିଷ୍ପତ୍ତି ନେଇ ଚାଲିଛନ୍ତି କେନ୍ଦ୍ର ସରକାର । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଷ୍ପତ୍ତି 1

NEET- UG ପରୀକ୍ଷାରେ ଗଡ଼ବଡ଼ିର ଯାଞ୍ଚ କରିବ ସିବିଆଇ। ପ୍ରଶ୍ନପତ୍ର ପ୍ରଘଟ ଓ ଗଡବଡ଼ିର ବିସ୍ତୁତ ତଦନ୍ତ ସହ ଅପରାଧର ଚେର ଖୋଜି ବାହର କରିବ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍। 

ନିଷ୍ପତ୍ତି 2

NTA ଡିଜି ସୁବୋଧ କୁମାରଙ୍କୁ ଦାୟିତ୍ବରୁ ହଟାଗଲା। NEET- UG ପ୍ରଶ୍ନପତ୍ର ପ୍ରଘଟ ମାମଲାରେ NTA ଡିଜିଙ୍କୁ ହଟାଇ ବଡ଼ ଆକ୍ସନ ନେଇ ଶିକ୍ଷା ମନ୍ତ୍ରାଳୟ। ପ୍ରଦୀପ ସିଂ ଖରୋଲା ହେବେ NTAର ପରବର୍ତ୍ତି ଡିଜି। 

ନିଷ୍ପତ୍ତି 3

NEET- PG ଓ CSIR-UGC-NET ସ୍ଥଗିତ। ଆଗକୁ ଅନ୍ୟ କୌଣସି ଗଡ଼ବଡ଼ି ଯେପରି ନହୁଏ ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ। ଏହି ଦୁଇ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି 

ନିଷ୍ପତ୍ତି ନମ୍ବର 4

NTAରେ ସୁଧାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। 7 ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏହି ହାଇ ଲେଭଲ କମିଟି 2 ମାସ ମଧ୍ୟରେ ଶିକ୍ଷା ମନ୍ତ୍ରାଳୟକୁ ଦେବ ରିପୋର୍ଟ । 

ଆହୁରି ପଢନ୍ତୁ ଭାରତ ଖବର...