Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦରବାର ହଲ୍‌ ଏବେ ‘ଗଣତନ୍ତ୍ର ମଣ୍ଡପ’ 

Smruti Parija
Browse all articles by Smruti Parija
·1 year ago·1 min read
ଦରବାର ହଲ୍‌ ଏବେ ‘ଗଣତନ୍ତ୍ର ମଣ୍ଡପ’ 

ଅର୍ଗସ ବ୍ୟୁରୋ: ବଦଳିଲା ରାଷ୍ଟ୍ରପତି ଭବନ ହଲ୍‌ ନାଁ । ରାଷ୍ଟ୍ରପତି ଭବନର ଦୁଇ ସମ୍ମିଳନୀ କକ୍ଷ ନାଁ ପରିବର୍ତ୍ତନ ହୋଇଛି । ଦରବାର ହଲ୍‌ ନାଁ ବଦଳ ହୋଇ ରହିଲା ‘ଗଣତନ୍ତ୍ର ମଣ୍ଡପ’ । ସେହିପରି ଅଶୋକ ହଲ୍‌ ନାମ ପରିବର୍ତ୍ତନ ହୋଇ ରହିଛି ଅଶୋକ ମଣ୍ଡପ । ତେବେ ପୂର୍ବରୁ ମୋଗଲ ଗାର୍ଡେନ ନାମ ବଦଳାଯାଇ ଅମୃତ ଉଦ୍ୟାନ ରଖାଯାଇଥିଲା । 

ଅନ୍ୟପଟେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରିଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଗହଣରେ ସମୟ ବିତାଇଛନ୍ତି ରାଷ୍ଟ୍ରପତି । ଦିଲ୍ଲୀର ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା 2 ବର୍ଷ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

9 ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଜଳବାୟୁ ପରିବର୍ତ୍ତନକୁ ନେଇ ବୁଝାଇଛନ୍ତି । ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେଥିପାଇଁ ଆମକୁ ଗଛ ଲଗାଇବା ଉଚିତ୍ । ଜଳ ଅପଚୟକୁ ହ୍ରାସ କରିବା ଏବଂ ବର୍ଷା ଜଳ ଅମଳ ମାଧ୍ୟମରେ ଏହାକୁ ସଂରକ୍ଷଣ କରିବା ପାଇଁ ମଧ୍ୟ ପଦକ୍ଷେପ ନେବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ରାଷ୍ଟ୍ରପତି । 


 

Sponsored
President Droupadi Murmu today announced the renaming of two of the important halls of Rashtrapati Bhavan | Argus News