କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କଲେ ରାଷ୍ଟ୍ରପତି, ଦୁନିଆ ଦେଖୁଛି ଭାରତର ଶକ୍ତି

ଅର୍ଗସ ବ୍ୟୁରୋ: ପଲ୍ଲୀରୁ ଦିଲ୍ଲୀ ଆନନ୍ଦ ଉଲ୍ଲାସ । ଦେଶ ପାଳୁଛି ୭୬ତମ ଗଣତନ୍ତ୍ର ଦିବସ । କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି । ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବା ପରେ କର୍ତ୍ତବ୍ୟ ପଥରେ ଆରମ୍ଭ ହୋଇଛି ଚିତ୍ତାକର୍ଷକ ପରେଡ୍ । ବିଶ୍ଵବାସୀ ଦେଖୁଛନ୍ତି ଭାରତର ଶକ୍ତି ଓ ପରାକ୍ରମ ।
ଚଳିତଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିୟାନ୍ତୋ । ଏବେ କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରେଡ୍ ଅଭିବାଦନ ଗ୍ରହଣ କରୁଛନ୍ତି । ପରେଡ୍ରେ ଏୟାରଫୋର୍ସର ୪୦ ବିମାନକୁ ସାମିଲ୍ କରାଯାଇଛି । ଯେଉଁଥିରେ ୨୨ଟି ଯୁଦ୍ଧି ବିମାନ, ୧୧ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଓ ୭ଟି ହେଲିକପ୍ଟର ରହିଛି ।
📱 Get Argus News App
✨ପ୍ରଥମଥର ପାଇଁ ପରେଡରେ 'ପ୍ରଳୟ' ମିସାଇଲ୍କୁ ଦେଖିବାକୁ ମିଳିବ । ଏହି ମିସାଇଲ୍ ଭୂ ପୃଷ୍ଠରୁ ଭୂ ପୃଷ୍ଠକୁ ଟାର୍ଗେଟ୍ କରିପାରେ । କର୍ତ୍ତବ୍ୟ ପଥରେ ସେନା ଯବାନ ବାଇକ୍ରେ ଷ୍ଟଣ୍ଟ ଦେଖାଇବେ । ଇଣ୍ଡୋନେସିଆନ୍ ବ୍ୟାଣ୍ଡ କଣ୍ଟିଜେଣ୍ଟ ପରେଡରେ ସାମିଲ୍ ହୋଇଛନ୍ତି ।