Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

National

ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

Manini Pattanayak
Browse all articles by Manini Pattanayak
·2 years ago
ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ନୂଆଦିଲ୍ଲୀ:  ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଷ୍ଟାଦଶ ଲୋକସଭା ଓ 264ତମ ରାଜ୍ୟସଭାରେ ସେ ଉଦବୋଧନ ରଖିବେ । ୧୮ତମ ଲୋକସଭା ଗଠନ ପରେ ସଂସଦର ମିଳିତ ଅଧିବେଶନକୁ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ସମ୍ବୋଧନ ହେବ । ନୂଆ ସରକାରଙ୍କ ନୀତି, ଯୋଜନାର ରୂପରେଖ ସଂସଦରେ ରଖିବେ ମ୍ୟାଡାମ୍ ପ୍ରେସିଡେଣ୍ଟ ।

ରାଷ୍ଟ୍ରପତି ଭବନରୁ ଦ୍ରୌପଦୀ ମୁର୍ମୁ ଅଶ୍ବାରୋହୀ ଅଙ୍ଗରକ୍ଷକଙ୍କ ସହ ସଂସଦ ଭବନରେ ପହଂଚିବେ । ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ଓ ରାଜ୍ୟସଭାର ଅଧିକାରୀ ତାଙ୍କୁ ସଂସଦର ଗଜଦ୍ବାରରେ ସ୍ବାଗତ କରିବେ ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
President Droupadi Murmu will address the joint session of Parliament today | Argus News