Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶତ୍ରୁ ଦେଶକୁ ତଥ୍ୟ ଲିକ୍ ମାମଲାରେ ବହିଷ୍କାର କଲେ ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·2 years ago
ଶତ୍ରୁ ଦେଶକୁ ତଥ୍ୟ ଲିକ୍ ମାମଲାରେ ବହିଷ୍କାର କଲେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ:  ଶତ୍ରୁଙ୍କୁ ତଥ୍ୟ ଲିକ୍ ମାମଲାରେ ବରିଷ୍ଠ ସେନା ଅଧିକାରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାକିସ୍ତାନୀ ଏଜେଣ୍ଟଙ୍କ ସହ ଆର୍ମି ମେଜରଙ୍କ ଯୋଗାଯୋଗ ରହିଥିବା ନେଇ ତଥ୍ୟ ହସ୍ତଗତ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । 

ଅଧିକ ପଢନ୍ତୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

ସମ୍ପୃକ୍ତ ଯବାନଙ୍କ ଫୋନରେ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ତଦନ୍ତରେ ସ୍ପଷ୍ଟ ହୋଇଥିଲା । ଯାହାକୁ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ଗୁପ୍ତଚରଙ୍କୁ ଯୋଗାଉଥିଲେ ସଂପୃକ୍ତ ସେନା ଅଧିକାରୀ । ତଦନ୍ତରେ ଏକ ହ୍ବାଟସାପ୍ ଗ୍ରୁପର ମଧ୍ୟ ଖୁଲାସା ହୋଇଛି । ଅନ୍ୟ କିଛି ଯବାନ ଏବଂ ସେମାନଙ୍କ ପରିବାର ସଦସ୍ୟ ଏହି ଗ୍ରୁପରେ ସାମିଲ ରହିଛନ୍ତି । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ବେଳେ ଗ୍ରୁପରେ ସାମିଲ ଯାବନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ନ୍ୟୁଜ ଆହୁରି ପଢନ୍ତୁ


 

Sponsored
president fired the army officer for providing information to the enemy country | Argus News