|
logo
Live

Argus News - ଚୀନ ପାଦ ଧରିଲେ ରାଷ୍ଟ୍ରପତି ମୁଇଜୁ, ଅଧିକ ପର୍ଯ୍ୟଟକ ପଠାଇବାକୁ କଲେ ନିବେଦନ

National

ଚୀନ ପାଦ ଧରିଲେ ରାଷ୍ଟ୍ରପତି ମୁଇଜୁ, ଅଧିକ ପର୍ଯ୍ୟଟକ ପଠାଇବାକୁ କଲେ ନିବେଦନ

Smruti Parija
Browse all articles by Smruti Parija
·2 years ago·1 min read
ଚୀନ ପାଦ ଧରିଲେ ରାଷ୍ଟ୍ରପତି ମୁଇଜୁ, ଅଧିକ ପର୍ଯ୍ୟଟକ ପଠାଇବାକୁ କଲେ ନିବେଦନ

ଅର୍ଗସ ବ୍ୟୁରୋ: ତୀବ୍ର ହେଉଛି ଲାକ୍ଷାଦ୍ବୀପ-ମାଳଦ୍ବୀପ ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବିରୋଧରେ ମାଳଦ୍ବୀପ ମନ୍ତ୍ରୀମାନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ବଢିବାରେ ଲାଗିଛି । ମାଳଦ୍ବୀପ ସାଂସଦ ଅଲି ଅଜିମ୍ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । 

ଅନ୍ୟପକ୍ଷରେ ଚୀନ୍‌ ଗସ୍ତରେ ଥିବା ରାଷ୍ଟ୍ରପତି ମୁଇଜୁ ଚୀନ୍‌କୁ ସବୁଠାରୁ ବିଶ୍ବସ୍ତ ସହଯୋଗୀ କହିବା ସହ ଅଧିକ ପର୍ଯ୍ୟଟକ ମାଳଦ୍ବୀପ ପଠାଇବାକୁ ନିବେଦନ କରିଛନ୍ତି । ସୂଚନା ମିଳିଛି କି, ମୁଇଜୁ ଚୀନ୍‌ ଗସ୍ତରୁ ଫେରିବା ପରେ ଚଳିତ ମାସରେ ହିଁ ଭାରତ ଆସିବାକୁ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ଭାରତ ସହିତ ବିବାଦ କରିବା ମାଳଦୀପ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । 

ବଡ଼ ସଂଖ୍ୟାରେ ଭାରତୀୟ ପର୍ଯ୍ୟଟକ ଏବଂ ଟ୍ରାଭେଲ କମ୍ପାନୀ ବୁକିଂ ବାତିଲ କରୁଛନ୍ତି । ଏଭଳି ସ୍ଥିତିରେ ଏବେ ମାଳଦ୍ବୀପ ଟୁରିଜିମ ଆସୋସିଏସନ ମଧ୍ୟ ମାଳଦ୍ବୀପ ସରକାରଙ୍କୁ ସମାଲୋଚନା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚୀନ ପାଦ ଧରିଲେ ରାଷ୍ଟ୍ରପତି ମୁଇଜୁ, ଅଧିକ ପର୍ଯ୍ୟଟକ ପଠାଇବାକୁ କଲେ ନିବେଦନ | Argus News