Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଢ଼ିଲା ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ, ମାମଲା ରୁଜୁ ପାଇଁ ଅନୁମତି ଦେଲେ ରାଷ୍ଟ୍ରପତି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବଢ଼ିଲା ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ, ମାମଲା ରୁଜୁ ପାଇଁ ଅନୁମତି ଦେଲେ ରାଷ୍ଟ୍ରପତି

Key Points

ସତ୍ୟେନ୍ଦ୍ର ଜୈନଙ୍କ ଲାଗି ବଢ଼ିଲା ଅଡୁଆ । ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ନୂଆଦିଲ୍ଲୀ: ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ଲାଗି ବଢ଼ିଲା ଅଡୁଆ । ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ଏବେ ତଦନ୍ତ କରାଯାଉଛି । ଏନେଇ ୨୦୨୨ରେ ତାଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଥିଲା ।


ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗତ ସପ୍ତାହରେ ରାଷ୍ଟ୍ରପତିଙ୍କ ଅନୁମତି ମଗାଯାଇଥିଲା । ସତ୍ୟେନ୍ଦ୍ର ଏବେ ଜାମିନରେ ଆସିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ୨୦୧୫ରୁ ୨୦୧୭ ମଧ୍ୟରେ ନିଜର ଘୋଷିତ ଆୟ ଠାରୁ ୨୧୭ ଗୁଣା ଅଧିକ ସମ୍ପତ୍ତି ଠାବ କରାଯାଇଥିଲା । ଯାହାର ମୂଲ୍ୟ ଥିଲା ଏକ କୋଟି ୪୭ ଲକ୍ଷ ଟଙ୍କା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିଲ୍ଲୀର ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ବିଏନଏସ୍ ଧାରା ୨୧୮ରେ କେସ୍ ଚାଲିବ । ଏବେ ରାଷ୍ଟ୍ରପତି ମାମଲା ଲାଗି ଅନୁମତି ଦେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସତ୍ୟେନ୍ଦ୍ର ଜୈନଙ୍କ କେତେବେଳେ ବି ଗିରଫ କରିବାର ଆଶଙ୍କା ରହିଛି ।


ଇଡିର ଅଭିଯୋଗ ହେଉଛି, ସତ୍ୟେନ୍ଦ୍ର ଜୈନଙ୍କ ସହ ଜଡ଼ିତ ୪ଟି ନକଲି କମ୍ପାନୀ ଜରିଆରେ ମନି ଲଣ୍ଡରିଂ କରିଥିଲେ । ଏସବୁ ନକଲି କମ୍ପାନୀ ଜରିଆରେ ଆସିଥିବା ଟଙ୍କାର ବ୍ୟବହାର କରି ୨୦୧୫ ଫେବ୍ରୁଆରୀ ୧୪ରୁ ୨୦୧୭ ମେ ୩୧ ମଧ୍ୟରେ ଅନେକ ଲୋକଙ୍କ ନାଁରେ ସମ୍ପତ୍ତି କିଣା ଯାଇଥିଲା ।

Sponsored
President Murmu Grants Sanction To Prosecute AAP Leader Satyendra Jain | Argus News