ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
·2 years ago

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି । ଷ୍ଟାର ସଟଲର୍ ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ହାତରେ ରାକେଟ୍ ଧରି ପେଶାଦାର ଖେଳାଳିଙ୍କ ପରି ବେଶ କିଛି ସମୟ ଖେଳିଥିଲେ ରାଷ୍ଟ୍ରପତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ମହିଳା ପଦ୍ମ ପୁରସ୍କାର ବିଜେତାଙ୍କୁ ନେଇ ଆୟୋଜିତ ହର୍ ଷ୍ଟୋରୀ- ମେରୀ ଷ୍ଟୋରୀ କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତିଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି ।
ବର୍ତ୍ତମାନ ରାଷ୍ଟ୍ରପତି ବ୍ୟାଡମିଣ୍ଟନ ଖେଳୁଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ସହ ଏହି ମ୍ୟାଚ୍ ଅତି ରୋମାଞ୍ଚକର ଥିଲା । ଖେଳୁଥିବା ତେବେ ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଏବଂ ସାଇନା ନେହୱାଲଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: