ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
·2 years ago

ଅର୍ଗସ ବ୍ୟୁରୋ: ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ସୋମ ଦତ୍ତ ବିଟ୍ଟୁ, କୃଷି ପାଇଁ ସତ୍ୟନାରାୟଣ ବେଲେରୀ, ବରିଷ୍ଠ ସାମ୍ବାଦିକ ହୌର୍ମୁସଜି ଏନ.କାମାଙ୍କୁ ପଦ୍ମଭୂଷଣ, ସତ୍ୟବର୍ତ୍ତ ମୁଖାର୍ଜୀଙ୍କୁ ମରୋଣୋତ୍ତର ପଦ୍ମଭୂଷଣ, ବରିଷ୍ଠ ଅଭିନେତ୍ରୀ ବୈଜୟନ୍ତୀମାଲା ଓ ଅଭିନେତା ଚିରଞ୍ଜୀବିଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଖେଳ କ୍ଷେତ୍ରରେ ଯୋଗଦାନ ପାଇଁ ଜୋଶନା ଚିନ୍ନପାଙ୍କୁ ପଦ୍ମଶ୍ରୀ, ଆଣ୍ଡାମାନ ଓ ନିକୋବରର ମହିଳା କୃଷକ କେ.ଚେଲ୍ଲାମ୍ମଲଙ୍କୁ କୃଷି ପାଇଁ ପଦ୍ମଶ୍ରୀ, ମୂର୍ତ୍ତି ନିର୍ମାଣକାରୀ ଏ.ବେଲୁ ଆନନ୍ଦ ଚାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: