Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆ ସଂସଦ ଭବନରେ ଗୁଞ୍ଜରିତ ହେଲା ଉତ୍କଳମଣି ଗୋପବନ୍ଧୁଙ୍କର କାଳଜୟୀ କବିତା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନୂଆ ସଂସଦ ଭବନରେ ଗୁଞ୍ଜରିତ ହେଲା ଉତ୍କଳମଣି ଗୋପବନ୍ଧୁଙ୍କର କାଳଜୟୀ କବିତା

ଅର୍ଗସ ବ୍ୟୁରୋ:  ଆରମ୍ଭ ହେଲା ବଜେଟ୍ ଅଧିବେଶନ। ନୂଆ ସଂସଦ ଭବନରେ ପ୍ରଥମ ଅଭିଭାଷଣ ରଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କହିଲେ ଭାରତ ପାଇଁ ଐତିହାସିକ ସଫଳତାରେ ଭରା ରହିଛି ଗତ ଏକ ବର୍ଷ। ବିଶ୍ବରେ ଗମ୍ଭୀର ସଂକଟ ଭିତରେ ଭାରତ ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେଉଥିବା ବଡ଼ ଅର୍ଥବ୍ୟବସ୍ଥା ପାଲଟିଛି। ଲଗାତାର ଦୁଇଟି ତ୍ରୈମାସିକରେ ଦେଶର ଅଭିବୃଦ୍ଧି ହାର 7.5 ପ୍ରତିଶତରୁ ଅଧିକ ରହିଛି।

ଗୋଟି ଗୋଟି କରି ମୋଦି ସରକାରଙ୍କ ଅନେକ ସଫଳତାର ବ୍ୟାଖ୍ୟା କଲେ ରାଷ୍ଟ୍ରପତି। ଦେଶର ସବୁଠାରୁ ବଡ଼ ସାମୁଦ୍ରିକ ପୋଲ ଅଟଳ ସେତୁର ଲୋକାର୍ପଣରୁ ନେଇ ସୌର ମିଶନ ଆଦିତ୍ୟ ଏଲୱାନରର ସଫଳତା, ଐତିହାସିକ ଜି-20 ଆୟୋଜନ ଦ୍ବାରା ବିଶ୍ବ ସ୍ତରରେ ଅଧିକ ସଶକ୍ତ ହୋଇଥିବା ଭାରତର ଭୂମିକା, କ୍ରୀଡ଼ାରୁ ନେଇ ନିଯୁକ୍ତି, ଟେକ୍ନୋଲୋଜି ସବୁକ୍ଷେତ୍ରରେ ଅପୂର୍ବ ଉପଲବ୍ଧି ହାସଲ କରିଛି ଭାରତ।

ରାଷ୍ଟ୍ରପତି କହିଲେ ବିକଶିତ ଭାରତ ସଂକଳ୍ପ ସିଦ୍ଧିର ମଜବୁତ ଆଧାର ଭାବେ ଅଣାଯାଇଛି ଗୁରୁତ୍ବପୂର୍ଣ୍ଣ ବିଧେୟକ । ତିନି ଦଶକ ପରେ ପାରିତ ହେଲା ନାରୀ ଶକ୍ତି ବନ୍ଦନ ଅଧିନିୟମ। ଏଥିସହ ସ୍ବାଧୀନତା ପୂର୍ବର ଦଣ୍ଡ ବିଧାନ ବ୍ୟବସ୍ଥା ଏବେ ପାଲଟିଲା ଇତିହାସ। ମୋଦି ସରକାରଙ୍କ କର୍ତ୍ତବ୍ୟର ପରାକାଷ୍ଠା, ରାଷ୍ଟ୍ର ସର୍ବୋପରି ଆଭୂମୁଖ୍ୟ ଦେଶ ଓ ଦେଶବାସୀଙ୍କ ପାଇଁ ଆଣିଛି ଅଭୂତପୂର୍ବ ସଫଳତା। 10 ବର୍ଷରେ ଦାରିଦ୍ର୍ୟରୁ ମୁକୁଳିଛନ୍ତି 25 କୋଟି ଦେଶବାସୀ। ଏ ସଫଳତା 10 ବର୍ଷର ସାଧନାର ବିସ୍ତାର। ଯୁବ ଶକ୍ତି, ନାରୀ ଶକ୍ତି, କୃଷକ ଓ ଗରିବ। ଏ 4ଟି ସ୍ତମ୍ଭ ଉପରେ ଛିଡ଼ାହେବ ବିକଶିତ ଭାରତର ଭବ୍ୟ ଅଟ୍ଟାଳିକା। (25.50) ଏହି ଚାରି ସ୍ତମ୍ଭକୁ ସଶକ୍ତ କରିବାକୁ ନିରନ୍ତର କାମ କରୁଛନ୍ତି ମୋଦି ସରକାର। ରାଷ୍ଟ୍ରପତି କହିଲେ ଯାହାକୁ ଅପେକ୍ଷା କରିଥିଲେ କୋଟି କୋଟି ଦେଶବାସୀ, ରାମ ମନ୍ଦିର ନିର୍ମାଣ ସହ ସେ ଆକାଂକ୍ଷା ପୂରଣ ହୋଇଛି, ଶହ ଶହ ବର୍ଷର ସ୍ବପ୍ନ ସତ ପାଲଟିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

 

Sponsored
President Murmu recites lines from poem by Gopabandhu Das during Parliament address | Argus News