ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
·2 years ago

ଅର୍ଗସ ବ୍ୟୁରୋ: ରାଷ୍ଟ୍ରିୟ ବାଲ ପୁରସ୍କର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 19 ପିଲା ମହାମହିମଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି । ପରିବେଶ ଅନୁକୂଳ ଜୀବନଶୈଳୀ ଗ୍ରହଣ କରିବାକୁ ପିଲାଙ୍କୁ ରାଷ୍ଟ୍ରପତି ଆହ୍ବାନ କରିଛନ୍ତି । ବହୁ ସଂଖ୍ୟାରେ ଯୁବକମାନଙ୍କ ରୂପରେ ଭାରତରେ ଏକ ଅମୂଲ୍ୟ ଉତ୍ସ ଅଛି । ଏହି ଉତ୍ସ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ପ୍ରଗତିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି । ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ପୁରସ୍କୃତ ପିଲା ।
ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଏବଂ ଅଭିନବ ବର୍ଗରେ ଜଣେ ଲେଖାଏଁ, ସାମାଜିକ ସେବା ବର୍ଗରେ ଚାରି, କ୍ରୀଡା ବର୍ଗରେ ପାଞ୍ଚ ପିଲା ଏବଂ କଳା ଏବଂ ସଂସ୍କୃତି ବର୍ଗରେ ସାତ ଜଣ ପିଲା ଏହି ପୁରସ୍କାର ଗ୍ରହଣ କରିଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: