ନିର୍ମଳାଙ୍କୁ ଦହି ଖୁଆଇ ଆଶୀର୍ବାଦ କଲେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଥିଲେ।
ଆଜି ସଂସଦରେ ଉପସ୍ଥାପତି ହେବ ପୂର୍ଣ୍ଣାଙ୍ଗ ବଜେଟ୍। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଛନ୍ତି। ଏହି ବଜେଟ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ଏହି ସମୟରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ।
📱 Get Argus News App
✨ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ। ନିଜ ହାତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଦେଇଥିଲେ।
ଆଜି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ । ମୋଦି ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆସିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ହେବାକୁ ଯାଉଛି, ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ। ସଂସଦରେ ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ ହେବ ବଜେଟ ଦେଶର ଅଭିବୃଦ୍ଧିକୁ ଗତି ଦେବା ଲାଗି ଲୋକମାନେ ବ୍ୟୟ ବଢ଼ାଇବା ଜରୁରୀ ହୋଇ ପଡ଼ିଥିବାରୁ ଏଥର ବଜେଟ୍ରେ ଆୟକରରେ ହ୍ରାସ ହେବା ସମ୍ଭାବନା ରହିଛି। କୃଷି କ୍ଷେତ୍ର ଲାଗି ପଦକ୍ଷେପ, କେତେକ ଟିକସରେ ସଂଶୋଧନ, ପୁରୁଣା ଆୟକର ଢାଞ୍ଚା ସମ୍ପୂର୍ଣ୍ଣ ଉଚ୍ଛେଦ, ୧୦ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଛାଡ଼ ଭଳି ଘୋଷଣା ହେବାର ଆଶା କରାଯାଉଛି। ବଜେଟ୍ରେ ରିଅଲ୍ ଇଷ୍ଟେଟ୍କୁ ଭିତ୍ତିଭୂମି ମାନ୍ୟତା ଦେବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଘୋଷଣା, ଭିତ୍ତିଭୂମି ବିକାଶ ଓ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ବ ଦିଆଯାଇଥିବ ବୋଲି ଅନୁମାନ କରାଯାଉଛି। ସବୁଥର ଭଳି କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ଗ୍ରାମୀଣ ବିକାଶକୁ ବଜେଟ୍ରେ ପ୍ରାଧାନ୍ୟ ମିଳିବ। ସରକାରଙ୍କ ପ୍ରମୁଖ ଯୋଜନା ଯଥା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଦିର ବ୍ୟୟବରାଦ ବଢ଼ିବା ସମ୍ଭାବନା ରହିଛି।
