Diwali Wishes / ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ, ପ୍ରଦୂଷଣ ମୁକ୍ତ ଉତ୍ସବ ପାଳନ ଲାଗି ସିଏମଙ୍କ ଆହ୍ୱାନ
·8 months ago·2 min read

Key Points
ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ଭାରତବର୍ଷରେ ଦିନ୍ଦୁମାନଙ୍କ ଦ୍ୱାରା ପାଳନ ହେଉଥିବା ଏକ ବଡ ପର୍ବ ଅଟେ।
ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ଭାରତବର୍ଷରେ ଦିନ୍ଦୁମାନଙ୍କ ଦ୍ୱାରା ପାଳନ ହେଉଥିବା ଏକ ବଡ ପର୍ବ ଅଟେ । ଦୀପମାନଙ୍କର ସ୍ୱତନ୍ତ୍ର ପର୍ବ ହେବା କାରଣରୁ ଏହାକୁ ଦୀପାବଳି ବା ଦିଓ୍ୱାଲୀ ବୋଲି କୁହାଯାଇଥାଏ । ଦୀପାବଳିର କିଛି ଦିନ ପୂର୍ବରୁ ସଭିଏଁ ନିଜର ଘରକୁ ସଫାସୁତୁରା କରି ଥାଆନ୍ତି ।
କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଉଥିବା ଏହି ପର୍ବରେ ଦୀପର ପ୍ରଜ୍ୱଳନ ଅନ୍ଧକାରକୁ ଦୂର କରିଥାଏ । ସମସ୍ତ ଧର୍ମ ସମ୍ପ୍ରଦାୟର ଲୋକେ ଏହାକୁ ଖୁବ ଧୁମଧାମର ସହ ପାଳନ କରିଥାଆନ୍ତି। ବିଭିନ୍ନ ଧର୍ମର ଲୋକେ ଏହାକୁ ପାଳନ କରିବା ସହ ସଭିଁଙ୍କ ମନରେ ଭଲପାଇବାର ଦୀପ ଅର୍ଥାତ ଲୋକେ ଖୁବ ଆନନ୍ଦ ଓ ଉଲ୍ଲାସର ସହ ଏହାକୁ ପାଳନ କରିଥାଆନ୍ତି।
ଏହି ଅବସରର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଦୀପାବଳିର ପବିତ୍ର ଅବସରରେ, ମୁଁ ଭାରତ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ଏହା ସାରା ଦେଶବାସୀଙ୍କ ପ୍ରିୟ ପର୍ବ । ଏହା ଅନ୍ଧାର ଉପର ଆଲୋକ ଓ ଅଧର୍ମ ଉପରେ ଧର୍ମର ବିଜୟ । ଦେଶର ବିଭିନ୍ନ ସ୍ଥାନରେ ସ୍ଥାନରେ ଆନନ୍ଦ ଓ ହର୍ସ ଉଲ୍ଲାସର ସହ ପାଳନ କରାଯାଉଥିବା ଏହି ପର୍ବ ପ୍ରେମ ଓ ଭାଇଚାରର ବାର୍ତ୍ତା ବାଣ୍ଟୁଛି।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସୁରକ୍ଷିତ ଓ ସବୁଜ ଦୀପାବଳି ପାଳନ କରିବା ପାଇଁ ସେ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି 'ଜ୍ଞାନର ଆଲୋକ ମଣିଷଙ୍କୁ ଅଜ୍ଞାନର ଅନ୍ଧକାରରୁ ରକ୍ଷା କରେ । ପ୍ରଦୂଷଣମୁକ୍ତ ଓ ସବୁଜ ଦୀପାବଳି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
On the auspicious occasion of Diwali, I extend my heartfelt greetings and best wishes to all Indians, both in India and across the world. pic.twitter.com/SbcMcNjx8R
— President of India (@rashtrapatibhvn) October 20, 2025
ଏହି ଅବସରର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଦୀପାବଳିର ପବିତ୍ର ଅବସରରେ, ମୁଁ ଭାରତ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ଏହା ସାରା ଦେଶବାସୀଙ୍କ ପ୍ରିୟ ପର୍ବ । ଏହା ଅନ୍ଧାର ଉପର ଆଲୋକ ଓ ଅଧର୍ମ ଉପରେ ଧର୍ମର ବିଜୟ । ଦେଶର ବିଭିନ୍ନ ସ୍ଥାନରେ ସ୍ଥାନରେ ଆନନ୍ଦ ଓ ହର୍ସ ଉଲ୍ଲାସର ସହ ପାଳନ କରାଯାଉଥିବା ଏହି ପର୍ବ ପ୍ରେମ ଓ ଭାଇଚାରର ବାର୍ତ୍ତା ବାଣ୍ଟୁଛି।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ନମୋ କହିଛନ୍ତି ମୋର ସମସ୍ତ ନାଗରିକଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା । ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସଦ୍ଭାବରେ ଆଲୋକିତ କରୁ।Greetings on the occasion of Diwali. May this festival of lights illuminate our lives with harmony, happiness and prosperity. May the spirit of positivity prevail all around us.
— Narendra Modi (@narendramodi) October 20, 2025
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସୁରକ୍ଷିତ ଓ ସବୁଜ ଦୀପାବଳି ପାଳନ କରିବା ପାଇଁ ସେ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି 'ଜ୍ଞାନର ଆଲୋକ ମଣିଷଙ୍କୁ ଅଜ୍ଞାନର ଅନ୍ଧକାରରୁ ରକ୍ଷା କରେ । ପ୍ରଦୂଷଣମୁକ୍ତ ଓ ସବୁଜ ଦୀପାବଳି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଦୀପାବଳି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା :- pic.twitter.com/8v1AUY8Ay7
— CMO Odisha (@CMO_Odisha) October 19, 2025
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories