Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସତ ନୁହେଁ ଯୁଦ୍ଧବିରତି ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି

Rashmita Mishra
Browse all articles by Rashmita Mishra
·1 year ago·1 min read
ସତ ନୁହେଁ ଯୁଦ୍ଧବିରତି ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି

Key Points

ସତ ନୁହେଁ ଯୁଦ୍ଧବିରତି ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି
ଯୁଦ୍ଧ ବିରାମ ଆଲୋଚନା ସମ୍ପୂର୍ଣ୍ଣ ଭାବେ ଦ୍ବିପାକ୍ଷିକ ସ୍ତରରେ ହୋଇଛି
ଯୁଦ୍ଧବିରାମ ମଝିରେ ଆସିବା ପାଇଁ ଟ୍ରମ୍ପ ଆମଠାରୁ କୌଣସି ଅନୁମତି ନେଇ ନଥିଲେ

ସେ ନିଜଆଡ଼ୁ ଆସିବାକୁ ଚାହୁଁଥିଲେ, ତେଣୁ ସେ ଆସିଥିଲେ
ସଂସଦର ସ୍ଥାୟୀ ସମିତି ଆଗରେ କହିଲେ ବିଦେଶ ସଚିବ ବିକ୍ରମ ମିଶ୍ରି

ସତ ନୁହେଁ ଭାରତ-ପାକିସ୍ତାନ ଯୁଦ୍ଧବିରତି ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି । ସଂସଦର ସ୍ଥାୟୀ ସମିତି ଆଗରେ କହିଲେ ବିଦେଶ ସଚିବ ବିକ୍ରମ ମିଶ୍ରି । ଯୁଦ୍ଧ ବିରାମ ଆଲୋଚନା ସମ୍ପୂର୍ଣ୍ଣ ଭାବେ ଦ୍ବିପାକ୍ଷିକ ସ୍ତରରେ ହୋଇଛି । ସେ କହିଥିଲେ, 'ଯୁଦ୍ଧବିରାମ ମଝିରେ ଆସିବା ପାଇଁ ଟ୍ରମ୍ପ ଆମଠାରୁ କୌଣସି ଅନୁମତି ନେଇ ନଥିଲେ । ସେ ନିଜଆଡ଼ୁ ଆସିବାକୁ ଚାହୁଁଥିଲେ, ତେଣୁ ସେ ଆସିଥିଲେ।'


ପାକିସ୍ତାନ ସମ୍ପର୍କରେ ସେ ସ୍ପଷ୍ଟ ଭାବରେ କହିଥିଲେ, ୧୯୪୭ ମସିହାରୁ ପାକିସ୍ତାନ ସହିତ ଆମର ସମ୍ପର୍କ ଖରାପ ଅଛି।' ଅନ୍ୟପଟେ ବିରୋଧୀ ଦଳ ପଚାରିଥିଲେ ଯେ ଏହି ସଂଘର୍ଷରେ ଚୀନ୍ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା କି ? ଏହା ଉପରେ ବିଦେଶ ସଚିବ ସ୍ପଷ୍ଟ ଶବ୍ଦରେ କହିଥିଲେ 'କିଏ କ'ଣ ବ୍ୟବହାର କଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।' ଆମେ ସେମାନଙ୍କର ବାୟୁସେନା ଘାଟି ଧ୍ୱଂସ କରିଦେଲୁ, ଏହା ହିଁ ଗୁରୁତ୍ୱପୂର୍ଣ୍ଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-trumps-claim-of-mediation-in-ceasefire-issue-is-not-true | Argus News