Videos
|
National

କୋଲକାତା ଲଜ୍ଜାକୁ ନେଇ ରାଷ୍ଟ୍ରପତିଙ୍କ କ୍ଷୋଭ

Ritu Das
Browse all articles by Ritu Das
·2 years ago·2 min read
କୋଲକାତା ଲଜ୍ଜାକୁ ନେଇ ରାଷ୍ଟ୍ରପତିଙ୍କ କ୍ଷୋଭ

ଅର୍ଗସ ବ୍ୟୁରୋ: କୋଲକାତା ଲଜ୍ଜା ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ଏଭଳି ବର୍ବରୋଚିତ ଓ ଭୟାନକ ଘଟଣା ତାଙ୍କୁ  ହତଚକିତ କରିଛି । ଯୌନ ପିପାସୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଏବେ ସମୟ ଆସିଛି । ସେମାନେ ମହିଳାମାନଙ୍କୁ କମ ସମର୍ଥ, କମ୍ ଶକ୍ତିଶାଳୀ, କମ ଧୀଶକ୍ତି ସମ୍ପନ୍ନ ବୋଲି ବିଚାର କରିଥାନ୍ତି । ମହିଳାମାନଙ୍କୁ ସେମାନେ ଏକ ଭୋଗ୍ୟବସ୍ତୁ ଭାବେ ବିବେଚନା କରିଥାନ୍ତି । କୋଲକାତା ଲଜ୍ଜା କେବଳ ଗୋଟିଏ ଘଟଣା ନୁହେଁ । ଏଭଳି ଲଜ୍ଜାଜନକ ଘଟଣା ବାରମ୍ବାର ହେଉଛି । କିନ୍ତୁ ମାମଲାର କିଛି ଦିନ ପରେ ବର୍ବରୋଚିତ କାଣ୍ଡ ଆମ ସ୍ମୃତିରୁ ଅପସରି ଯାଉଛି।

ଏହାଦ୍ବାରା ମହିଳା ମାନଙ୍କୁ ନିର୍ଯାତନା, ଅତ୍ୟାଚାରର ଶିକାର ହେବାକୁ ପଡୁଛି । ୨୦୧୨ରେ ନିର୍ଭୟା କାଣ୍ଡକୁ  ପରେ ସାରା ଦେଶରେ ଏହାକୁ ନେଇ ବିକ୍ଷୋଭ ଓ ପ୍ରତିବାଦ ହୋଇଥିଲା । ୧୨ ବର୍ଷ ପରେ କୋଲକାତାର ଲଜ୍ଜା ଘଟଣାକୁ ବହୁତ ହୋଇଗଲା ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

କୋଲକାତା ଲଜ୍ଜା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିଜେପିର ଜୋରଦାର ପ୍ରତିବାଦ । ସାରାରାଜ୍ୟରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା । ପଶ୍ଚିମବଂଗ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଏହି ବନ୍ଦକୁ ମିଳିଥିଲା ସମର୍ଥନ। ସେପଟେ ଏଭଳି ବନ୍ଦକୁ ଭଣ୍ଡୁର କରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ସହ ପୋଲିସ ଛାଉଣୀ କରାଯାଇଥିଲା । କିନ୍ତୁ ଏହାକୁ ଭୃକ୍ଷେପ ନକରି ହଜାର ହଜାର ବିଜେପି କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ମାଡ଼ ମାରି ଅନେକ ଆନ୍ଦୋଳନକାରୀ ଓ ବିଜେପି କର୍ମୀଙ୍କୁ ଲହୁ ଲୁହାଣ କରିଛି ପୋଲିସ। ତୃଣମୂଳ କଂଗ୍ରେସର କର୍ମୀମାନେ ଘରେ ଭିତରୁ ଲୁଚି ବିଜେପି କର୍ମୀଙ୍କୁ ପଥର ମାଡ଼ କରିଥିବାର ମଧ୍ୟ ସୂଚନା ମିଳିଛି। ଭାଟପାରାରେ ବିଜେପି ନେତା ପ୍ରିୟଙ୍ଗୁ ପାଣ୍ଡେଙ୍କ ଗାଡ଼ି ଉପରେ ଟିଏମସି ଗୁଣ୍ଡାମାନେ ଫାୟାରିଂ କରିଛନ୍ତି ।

ଗାଡ଼ିର ଡ୍ରାଇଭର ଦେହରେ ଗୁଳି ବାଜିଛି। ଗାଡି ଉପରକୁ ୬ ରାଉଣ୍ଡ ଫାୟାରିଂ ହୋଇଥିବା ସଂଗୀନ ଅଭିଯୋଗ ହୋଇଛି। ଯାହାର ଭିଡିଓ ବି କ୍ୟାମେରାରେ କଏଦ ହୋଇଛି। ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଶୁଭେନ୍ଦୁ ଅଧିକାରୀ ଲେଖିଛନ୍ତି ବନ୍ଦ ସଫଳ ରହିଛି ଏବଂ ଲୋକଙ୍କର ପୂର୍ଣ୍ଣ ସମର୍ଥନ ମିଳୁଛି। ପୋଲିସ ଓ ଟିଏମସି ଗୁଣ୍ଡାଙ୍କର ବିଷାକ୍ତ ମେଣ୍ଟ ବିଜେପିକୁ ଭୟଭୀତ କରିପାରିବ ନାହିଁ । କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମବଂଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ନେତୃତ୍ବରେ ସାରା ରାଜ୍ୟରେ ବିକ୍ଷୋଭ ହୋଇଥିଲେ । ଆନ୍ଦୋଳନକାରୀ ମାନେ ରେଳଧାରଣା ଉପରେ ବସି ରହିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସର ଦମନଲୀଲାକୁ ବିଜେପିର ବରିଷ୍ଠ ନେତା ଓ ନେତ୍ରୀ ମାନେ ତୀବ୍ର ନିନ୍ଦା କରିଛନ୍ତି । ଆର.ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଓ ପ୍ରଦର୍ଶନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଏବଂ ପୁଲିସ ଆକ୍ସନର ପ୍ରତିବାଦରେ ବିଜେପି ବନ୍ଦ ଡାକରା ଦେଇଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ନବାନ୍ନ ଘେରାଉ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା । ଏହା ବିରୋଧରେ କୋଲକତା ଜୁନିୟର ଡାକ୍ତର ମାନେ ରାସ୍ତାକୁ ଓହ୍ଲାଇଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

President's | Argus News