Operation Sindoorକୁ ନେଇ ଦ୍ବିତୀୟ ବ୍ରିଫିଂ; ବିସ୍ତୃତ ତଥ୍ୟ ରଖିଲା ସେନା
ଆଜି ୧୨ଟାରେ ହେବାକୁ ଥିବା ବୈଠକ ସନ୍ଧ୍ୟାକୁ ଘୁଞ୍ଚିଲା । ସନ୍ଧ୍ୟାରେ ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା ହେବା ନେଇ ସୂଚନା ମିଳିଛି । ସନ୍ଧ୍ୟାରେ ହେବାକୁ ଥିବା ଆଲୋଚନା ପୂର୍ବରୁ ତିନି ସେନାର ଡିଜିଏମଓ ପ୍ରେସମିଟ୍ କରିଛନ୍ତି ।
ଅପରେସନ ସିନ୍ଦୂର ନେଇ ଏହା ଦ୍ବିତୀୟ ବ୍ରିଫିଂ । ଗତକାଲି(ରବିବାର ଅପରାହ୍ନରେ ତିନି ସେନା ପକ୍ଷରୁ ବ୍ରିଫିଂ କରାଯାଇଥିଲା । ଆମର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ । ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଇଛି । ପ୍ରେସ ବ୍ରିଫିଂରେ ପାକିସ୍ତାନ ବ୍ୟବହାର କରିଥିବା ଚୀନ ମିଜାଇଲ ଭଗ୍ନାବଶେଷ ଦେଖାଯାଇଛି । ବାୟୁସେନା କିପରି ପାକିସ୍ତାନ ଏୟାର ବେସ୍ ଟାର୍ଗେଟ୍ କରିଥିଲା ତାହାର ଭିଡିଓ ଦେଖାଇଲେ । ବିସ୍ତୃତ ତଥ୍ୟ ରଖିଲେ ଏୟାର ମାର୍ଶଲ ଏକେ ଭାରତୀ । ସେହିପରି ଆମର ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି । ଏନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ।
