Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରେସର କୁକର୍‌ରେ ହତ୍ୟା ଘଟଣା , ଅଭିଯୁକ୍ତଙ୍କୁ ରାଞ୍ଚିରେ ଗିରଫ କରିଛି ପୋଲିସ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ପ୍ରେସର କୁକର୍‌ରେ ହତ୍ୟା ଘଟଣା , ଅଭିଯୁକ୍ତଙ୍କୁ ରାଞ୍ଚିରେ ଗିରଫ କରିଛି ପୋଲିସ

Key Points

୩ ଦିନ ତଳେ ହାଇଦ୍ରାବାଦରେ ହୋଇଥିବା ହତ୍ୟା ଘଟଣାର ଏକ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିଲା । ଯେଉଁଥିରେ ୨ ଜଣ ଅଭିଯୁକ୍ତ ୧୩ ମହଲାକୁ ଯାଉଥିବା ଜଣା ପଡିଥିଲା । ତେବେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଫରେନ୍‌ସିକ ଟିମ ଗଠନ କରିଥିଲା ।

ହାଇଦ୍ରାବାଦରେ ପୋଲିସକୁ ମିଳିଛି ବଡ ସଫଳତା । ଜଘନ୍ୟ ପ୍ରେସର କୁକର୍ ହତ୍ୟାକାଣ୍ଡରେ ଅଭିଯୁକ୍ତ ୨ ଜଣଙ୍କୁ ଗିରଫ ଆଜି କରିଛି ପୋଲିସ । ହତ୍ୟା କରି ଖସି ଯାଇଥିବା ବେଳେ ଝାଡଖଣ୍ଡରରୁ ସେମାନଙ୍କୁ ଗିରଫ କରାଯାଇ ପୋଲିସ ହେପାଜତକୁ ଅଣାଯାଇଛି । ୩ ଦିନ ତଳେ ହାଇଦ୍ରାବାଦରେ ହୋଇଥିବା ହତ୍ୟା ଘଟଣାର ଏକ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିଲା । ଯେଉଁଥିରେ ୨ ଜଣ ଅଭିଯୁକ୍ତ ୧୩ ମହଲାକୁ ଯାଉଥିବା ଜଣା ପଡିଥିଲା । ତେବେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଫରେନ୍‌ସିକ ଟିମ ଗଠନ କରିଥିଲା । ଆଉ ୩ ଦିନ ପରେ ସେମାନଙ୍କୁ ଗିରଫ କରାଯାଇଛି।


୩ ଦିନ ତଳେ ହାଇଦ୍ରାବାଦର ଆଇଟି ହବ୍‌ରେ ୫୦ ବର୍ଷୀୟ ରେଣୁ ଅଗ୍ରୱାଲଙ୍କୁ ହତ୍ୟା କରାଯାଇଥିଲା । ରେଣୁଙ୍କ ଘରେ ୧୦ ଦିନ ଧରି କାମ କରୁଥିବା ଜଣେ ଘରୋଇ ସହାୟକ ଏବଂ ତାଙ୍କର ଜଣେ ସହଯୋଗୀ ଏପରି ହତ୍ୟାକାଣ୍ଡ କରିଥିଲେ । ବୁଧବାର ସକାଳ ୧୦ଟା ବେଳେ ଚାଙ୍କ ସ୍ଵାମୀ ଆଉ ପୁଅ ଉଭୟ ଅଫିସ ବାହାରି ଯାଇଥିଲେ । ଆଉ ଏହାର ସୁଯୋଗ ନେଇ ୧୩ ମହଲାରେ ରହୁଥିବା ରେଣୁଙ୍କ ଘରକୁ ଆସିଥିଲେ ଘରୋଇ ସହାୟକ ଏବଂ ସାଥୀ । ଆଉ ପ୍ରେସର କୁକର୍‌ରେ ପିଟି ପିଟି ରେଣୁଙ୍କୁ ହତ୍ୟା କରିଥିଲେ । ପୁଣି ଛୁରୀ ଆଉ କଇଁଚିରେ ତାଙ୍କର ତଣ୍ଟିକୁ ବିଦାରି ପକାଇଥିଲେ । ଆଉ ପ୍ରମାଣ ଲୁଚାଇବାକୁ ତାଙ୍କରି ବାଥ୍‌ରୁମରେ ଗାଧୋଇ ରକ୍ତଭିଜା କପଡାକୁ ସେଠାରେ ଛାଡି ଖସି ଯାଇଥିଲେ ।

ସନ୍ଧ୍ୟା ୫ରେ ଯେତେବେଳେ ରେଣୁଙ୍କ ସ୍ଵାମୀ ତାଙ୍କୁ ଫୋନ କରିଥିଲେ , ଆଉ ଫୋନ ଉଠାଇନଥିଲେ ରେଣୁ । ସନ୍ଦେହରେ ମିଷ୍ଟର ଅଗ୍ରୱାଲ୍ ଅଫିସ୍ ଛାଡ଼ି ଶୀଘ୍ର ଘରକୁ ପଳାଇ ଆସିଥିଲେ ସ୍ତ୍ରୀକୁ ଦେଖିବା ଲାଗି ।

ଘରକୁ ଆସିବା ବେଳକୁ ଭିତର ପଟୁ ବନ୍ଦ ଥାଏ କବାଟ । ତେଣୁ ସେ ଜଣେ ପ୍ଲମ୍ବର ସହାୟତାରେ ବାଲକୋନି ଦେଇ ଘର ଭିତରକୁ ଯାଇ ଦେଖିଥିଲେ ସ୍ତ୍ରୀଙ୍କ ମୃତ ରକ୍ତଭିଜା ଶରୀର । ଘର ସାରା ରକ୍ତ, ସ୍ତ୍ରୀ ମୃତଦେହ ପାଖରେ ପ୍ରେସର୍ କୁକର ସହ ଛୁରୀ ଓ କଇଁଚି ପଡ଼ିଛି । ଆଉ ଲୁଟେରା ୪୦ ଗ୍ରାମ୍ ସୁନା ସହ ନଗଦ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ।
ତେବେ ଘଟଣା ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ହାତରେ ଲାଗିଥିଲା ସିସିଟିଭି ଫୁଟେଜ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା , ହତ୍ୟାକାଣ୍ଡରେ ୨ ଜଣ ଘରୋଇ ସହାୟକ ସମ୍ପୃକ୍ତ । ଜଣେ ମୃତକ ରେଣୁ ଅଗ୍ରୱାଲଙ୍କ ଘରେ କାମ କରୁଥିବା ବେଳେ ଅନ୍ୟ ଜଣେ ୧୪ ମହଲାରେ କାମ କରନ୍ତି ।

ରେଣୁଙ୍କ ଘରେ କାମ କରୁଥିବା ଘରୋଇ ସହାୟକ ଜଣଙ୍କ ନାଁ ହର୍ଷ, ଘର ଝାଡ଼ଖଣ୍ଡ । କୋଲକାତାର ଏକ ମାନବସମ୍ବଳ ଯୋଗାଣକାରୀ ସଂସ୍ଥା ତାଙ୍କୁ ୧୦ ଦିନ ତଳେ ରେଣୁଙ୍କ ଘରେ ରଖିଥିଲା । ଅନ୍ୟଜଣେ ରୌଷନ, ଯିଏକି ୧୪ତମ ମହଲାରେ କାମ କରନ୍ତି ।
ଆଉ ଉଭୟ ସନ୍ଧ୍ୟା ୫ଟା ୨ରେ ୧୩ ମହଲା ଆଡ଼କୁ ଯାଉଥିବା ସିସିଟିଭିରେ ରେକର୍ଡ ହୋଇଛି । ହତ୍ୟା ପରେ ଦୁହେଁ ରାଞ୍ଚି ଖସି ପଳାଇଥିବା ବେଳେ ପୋଲିସ ଆଜି ତାଙ୍କୁ ଗିରଫ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pressure cooker murder case , 2 accused arrested | Argus News