ଯୁଦ୍ଧ : ଇସ୍ରାଏଲ ପିଏମଙ୍କୁ ଫୋନ୍ କଲେ ମୋଦି, କହିଲେ...

Key Points
- ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ
- ନେତାନ୍ୟାହୁଙ୍କୁ ଫୋନ୍ କଲେ ମୋଦି
ଅର୍ଗସ ବ୍ୟୁରୋ : ଆକ୍ରମଣାତ୍ମକ ଇସ୍ରାଏଲ । ଆକାଶ ମାର୍ଗରୁ ଘନଘନ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି । ଇସ୍ରାଏଲର ଭୟଙ୍କର ଆକ୍ରମଣରେ ଥରହର ଲେବାନନ୍ । ହିଜବୁଲ୍ଲା ଓ ୟେମେନର ହୁଥି ବିଦ୍ରୋହୀଙ୍କ ଆଶ୍ରୟସ୍ଥଳୀ ଉପରେ ଜୋରଦାର ଆକ୍ରମଣ ଜାରି ରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍ କରିଛନ୍ତି । ଯୁଦ୍ଧ ଚାଲିଥିବା ବେଳେ ମୋଦିଙ୍କ ଏହି ଫୋନ୍ କଲକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ।
ମୋଦିଙ୍କୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା । କାରଣ ପୂର୍ବରୁ ୨ ବର୍ଷ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ସମୟରେ ପ୍ରଥମେ ମୋଦି ଋଷିଆ ଗସ୍ତ କରି ପୁଟିନଙ୍କ ସହ ଆଲୋଚନା କରିଥିଲେ । ପରେ ପରେ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ଖାଲି ଏତିକି ନୁହେଁ ବରଂ ତିନିଦିନିଆ ଆମେରିକା ଗସ୍ତ ବେଳେ ଜେଲେନସ୍କିଙ୍କୁ ଭେଟିଥିଲେ ମୋଦି । କୁହାଯାଇଥିଲା କି ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ମୋଦି ଉଦ୍ୟମ କରୁଛନ୍ତି । ଆଉ ଏମିତି ସ୍ଥିତିରେ ଲେବାନନ୍ ଓ ଇସ୍ରାଏଲ ଆକ୍ରମଣ ପ୍ରତିଆକ୍ରମଣ ସମୟରେ ମୋଦିଙ୍କ କଲ ବେଶ ଗୁରୁତ୍ଵପୂର୍ଣ୍ଣ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ସୂଚନା ଦେଇଛନ୍ତି । ଲେଖିଛନ୍ତି, “ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହୋଇଛି । ଆଞ୍ଚଳିକ ଉତ୍ତେଜନାକୁ ରୋକିବା ଏବଂ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ମୁକ୍ତ କରିବା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ । ଶାନ୍ତି ଏବଂ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।“ ମୋଟ୍ ଉପରେ, କିଛିଦିନ ତଳେ ଇସ୍ରାଏଲ ନିକଟରେ ଲେବନାନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଆକ୍ରମଣକୁ ତୀବ୍ର କରିଛି ଏୟାରଷ୍ଟ୍ରାଇକ୍ରେ ହେଜବୁଲ୍ଲା ମୁଖ୍ୟ ହାସାନ ନସରଲ୍ଲାଙ୍କ ସମେତ ଅନେକ କମାଣ୍ଡରଙ୍କୁ ମାରିଦେଇଥିଲା। ସେବେଠାରୁ ଇସ୍ରାଏଲକୁ ହିଜବୁଲ୍ଲା ଓ ଇରାନ ମଧ୍ୟ ଧମକ ଦେଉଛନ୍ତି ।
ମୋଟ୍ ଉପରେ, ହିଜବୁଲ୍ଲା ହେଡର ଖେଳ ଖତମ୍ ହୋଇଛି । ବେରୁଟରେ ନସରୁଲ୍ଲାର ଆଡ୍ଡାକୁ ଟ୍ରାକ୍ ତାପରେ ବମ୍ ଆଟାକ୍ ହୋଇଥିଲା । ହିଜବୁଲ୍ଲାର ହେଡକ୍ବାର୍ଟରର ବଙ୍କର ଭିତରେ ଲୁଚି ରହିଥିଲା ଆତଙ୍କୀ । ସୁରାଗ ମିଳିଥିଲା ଆଡିଏଫକୁ । ଆଉ ଖସିବା ପୂର୍ବରୁ ହିଁ ସବୁଆଡୁ ଆଟାକ୍ ଆଉ ଖତମ୍ ହେଲା ନସରୁଲ୍ଲା । ୨୭ ସେପ୍ଟେମ୍ବର ରାତିରେ ବେରୁତରେ ଥିବା ହିଜବୁଲ୍ଲାହର ହେଡକ୍ବାର୍ଟର ଉପରେ ଭୀଷଣ ଏୟାର ଷ୍ଟ୍ରାଇକ୍ କରି ବିଲଡିଂଟିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇସ୍ରାଏଲୀ ବାୟୁସେନା ଦହୀହ ଉପନଗରରେ ଆବସିକ ବିଲ୍ଡିଂ ତଳେ ନିର୍ମାଣ ହୋଇଥିବା ହେଡକ୍ବାର୍ଟର ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏହାକୁ ବେରୁତରେ ହିଜବୁଲ୍ଲାର ମୁଖ୍ୟାଳୟ ବୋଲି କୁହାଯାଉଥିଲା । ହିଜବୁଲ୍ଲାର ଅଲ-ମନାର ଟିଭି ରିପୋର୍ଟ ଅନୁସାରେ ବିସ୍ଫୋରଣରେ ଚାରି ବିଲ୍ଡିଂ ଧ୍ବଂସ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବେରୁଟରୁ ପ୍ରାୟ ୩୦ କିଲୋମିଟର ଉତ୍ତରରେ ଘର ଥରି ଉଠିଥିଲା । ଇସ୍ରାଏଲର ଟାର୍ଗେଟରେ ହିଜବୁଲ୍ଲାହର ଟପ୍ କମାଣ୍ଡର ନସରଲ୍ଲାହ ଥିଲା ।