Winter Session / ଶୀତକାଳୀନ ଅଧିବେଶନ ପାଇଁ ବିରୋଧୀଙ୍କୁ ବଡ଼ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

Key Points
କହିଲେ ସଂସଦ ଡ୍ରାମା ଓ ହଙ୍ଗାମାର ଜାଗା ନୁହେଁ
ପାର୍ଲାମେଣ୍ଟରେ ଉଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ
ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଶୀତକାଳୀନ ଅଧିବେଶନ କେବଳ ଏକ ରୀତିନୀତି ନୁହେଁ, ଏହା ଗଣତନ୍ତ୍ରକୁ ବଞ୍ଚାଇଛି । ସଂସଦରେ ବିରୋଧୀ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ଉଚିତ୍ । ସଂସଦ ଡ୍ରାମା ଓ ହଙ୍ଗାମାର ଜାଗା ନୁହେଁ, ଡ୍ରାମା ପାଇଁ ଅନେକ ଜାଗା ଅଛି । ଯେଉଁମାନେ ନାଟକ କରିବାକୁ ଚାହାଁନ୍ତି ସେମାନେ ଏହା କରିପାରିବେ । ସଂସଦରେ ନାକାରାତ୍ମକ ବିଚାରଧାରା ଆସିବା ଉଚିତ୍ ନୁହେଁ ।
ସଂସଦରେ ନୂତନ ସଦସ୍ୟଙ୍କୁ ସୁଯୋଗ ଦିଅନ୍ତୁ । ପରାଜୟର ଭୟ ବିତର୍କର କ୍ଷେତ୍ର ନହେବା ଉଚିତ୍ । ଶୀତକାଳୀନ ଅଧିବେଶନ ଭାରତ ଗଣତନ୍ତ୍ରକୁ ବଞ୍ଚାଇଛି । ଜନପ୍ରତିନିଧି ଭାବରେ, ଆମେ ଭବିଷ୍ୟତ ବିଷୟରେ ଚିନ୍ତା କରିବା । ଏଠି ନାରାବାଜି ନୁହେଁ ନୀତି ଏବଂ ଦେଶ ଗଠନରେ ସକରାତ୍ମକ ଭୂମିକା ନେବା ଆବଶ୍ୟକ ବୋଲି ସଂସଦର ଶୀତ ଅଧିବେଶନ ଅବସରରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
#ParliamentWinterSession | Delhi: PM Narendra Modi says, "Whoever wants to do drama can do it. There should be delivery here and not drama...the emphasis should be on policy, not slogans." pic.twitter.com/hvOLmB23Yi
— ANI (@ANI) December 1, 2025
ସେପଟେ ଚଳିତ ଅଧିବେଶନରେ ୧୫ଟି ବୈଠକ ହେବ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ୧୦ଟି ବିଲ ଆଗତ କରିବାକୁ ଯୋଜନା ରଖିଛନ୍ତି । ପରମାଣୁ ଶକ୍ତି ବିଲ୍, ୨୦୨୫ ସହିତ ନଅଟି ନୂତନ ବିଲ୍ ଆଗତ ହୋଇପାରେ ।
ଏଥିରେ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ, ଜାତୀୟ ରାଜପଥ, କର୍ପୋରେଟ୍ ଆଇନ ସଂଶୋଧନ, ସିକ୍ୟୁରିଟିଜ୍ ମାର୍କେଟ୍ କୋଡ୍, ୨୦୨୫ ଏବଂ ମଧ୍ୟସ୍ଥତା ଆଇନରେ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଅନ୍ୟପଟେ ବିରୋଧୀ SIR ପ୍ରସଙ୍ଗରେ ସରକାରଙ୍କୁ ଘେରି ପାରନ୍ତି । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ମୁଦା କରିପାରନ୍ତି ବରୋଧୀ । କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି ଅଧିବେଶନରେ ଭୋଟ ଚୋରି ପ୍ରସଙ୍ଗ ଉଠାଇବେ ।
ସଂସଦର ଶୀତ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ସରକାର ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ବିରୋଧୀ ଦଳମାନଙ୍କ ସହଯୋଗ ଲୋଡିଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories