|
logo
Live

Argus News - ଭାରତ ଟେକ୍ସ ୨୦୨୫ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

National

ଭାରତ ଟେକ୍ସ ୨୦୨୫ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଭାରତ ଟେକ୍ସ ୨୦୨୫ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ଆୟୋଜିତ ଭାରତ ଟେକ୍ସ ୨୦୨୫ ରେ ଆଜି ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ଭୋଧିତ କରି କହିଛନ୍ତି ଭାରତ ଟେକ୍ସ ହେଉଛି ଏକ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ। ଯାହା ବୟନ ଶିଳ୍ପର ଚାହିଦା ଓ ମୂଲ୍ୟକୁ ଗୋଟିଏ ମଞ୍ଚରେ ଏକାଠି କରୁଛି। ଆମର ପୋଷାକ ମାଧ୍ୟମରେ ଭାରତର ସାଂସ୍କୃତିକ ବିବିଧତାକୁ ସମଗ୍ର ବିଶ୍ବ ଆଗରେ ପରିଚିତ କରୁଛି।


ଏହି ପ୍ରଦର୍ଶନୀ ବୟନ ଶିଳ୍ପରେ ନିବେଶ, ରପ୍ତାନି ଏବଂ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେଉଛି। ଭାରତ ଟେକ୍ସ ଏବେ ଏକ ମେଗା ଗ୍ଲୋବାଲ୍ ଟେକ୍ସଟାଇଲ୍ ଇଭେଣ୍ଟରେ ପରିଣତ ହୋଇଛି। ସାରା ବିଶ୍ବରେ ଆଜି ଆମେ କପଡା ରପ୍ତାନୀରେ ଷଷ୍ଠ ସ୍ଥାନରେ ରହିଛେ। ବିଦେଶକୁ ଭାରତର କପଡା ରପ୍ତାନୀ ୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଏହାକୁ ୯ ଲକ୍ଷ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶରେ ସବୁଠାରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଶିଳ୍ପ ମଧ୍ୟରୁ ଗୋଟିଏ ହେଉଛି ବୟନ ଶିଳ୍ପ। ଯାହାକୁ ଦୃଷ୍ଟିରେ ରଖି ଏଥର ବଜେଟରେ ମିଶନ ମ୍ୟାନୁଫ୍ୟାକଚରିଂ ଉପରେ ଗୁରୁତ୍ବ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ପଦର୍ଶନୀ ବୁଲି ଦେଖିବା ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅଂଶଗ୍ରହଣକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ।


ଭାରତ ଟେକ୍ସ ୨୦୨୫ ହେଉଛି କପଡ଼ା ଉଦ୍ୟୋଗର ସର୍ବବୃହତ ଏବଂ ସବୁଠାରୁ ବ୍ୟାପକ ଆୟୋଜନ । ଏହି ମେଗା ପ୍ରଦର୍ଶନୀରେ ବୟନ ଶିଳ୍ପର ସମସ୍ତ ଉତ୍ପାଦ ପ୍ରଦର୍ଶିତ ହେଉଛି। ୫୦୦୦ ରୁ ଅଧିକ ପ୍ରଦର୍ଶକ, ୧୨୦ରୁ ଅଧିକ ଦେଶର ୬୦୦୦ ଆନ୍ତର୍ଜାତିକ କ୍ରେତା ଏବଂ ଅନ୍ୟାନ୍ୟ ଅତିଥିମାନେ ସାମିଲ ହୋଇଛନ୍ତି।

Sponsored
ଭାରତ ଟେକ୍ସ ୨୦୨୫ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ | Argus News