|
logo
Live

Argus News - କ'ଣ ଖାଇ ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

National

କ'ଣ ଖାଇ ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
କ'ଣ ଖାଇ ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: 11 ଦିନର ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ । ଜାନୁଆରୀ ୧୨ରେ ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନାରୁ ଆରମ୍ଭ କରିଥିଲେ ଅନୁଷ୍ଠାନ । 11 ଦିନରେ ପ୍ରଭୁ ଶ୍ରୀରାମଙ୍କ ସହ ଜଡ଼ିତ ବିଭିନ୍ନ ତୀର୍ଥଯାଇ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର କରିଥିଲେ ଦର୍ଶନ ।  ପ୍ରତିଦିନ କରୁଥିଲେ ବିଶେଷ ମନ୍ତ୍ରପାଠ । ଚଟାଣରେ ଶୋଇବା ସହ ପଇଡ ପାଣି ପିଇ ପାଳୁଥିଲେ ବ୍ରତ ।ଆଜି ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଚରଣାମୃତ ପାନ କରି ଭାଙ୍ଗିଛନ୍ତି ତାଙ୍କ 11 ଦିନର ବ୍ରତ। 
ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆଗରୁ ୧୧ ଦିନିଆ ବ୍ରତ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୈନିକ ଗୋଟାଏ ‘ବିଶେଷ ମନ୍ତ୍ର’ ପାଠ କରୁଥିଲେ।

ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ୧ ଘଣ୍ଟା ୧୧ ମିନିଟ୍‌ ଧରି ସେହି ମନ୍ତ୍ର ଜପ କରି ଆସୁଥିଲେ। ଚଟାଣରେ ଶୋଉଥିଲେ, ପଇଡ ପାଣି ପିଉଥିଲେ।  ଏହାସହ ରାମଙ୍କ ଜଡ଼ିତ ବିଭିନ୍ନ ଧାର୍ମିକ କ୍ଷେତ୍ରକୁ ଯାଇ ପୂଜାର୍ଚ୍ଚନା କରିଥିଲା ପ୍ରଧାନମନ୍ତ୍ରୀ ମୋଦି।

ଜାନୁଆରୀ ୧୨, ୨୦୨୪ରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାସିକରେ ଅବସ୍ଥିତ କଳାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀରାମ କୁଣ୍ଡରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଅଯୋଧ୍ୟାକୁ ଭଗବାନ ରାମଙ୍କ ବିଜୟୀ ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ଦର୍ଶାଉଥିବା ରାମାୟଣର 'ଯୁଦ୍ଧ କାଣ୍ଡ' ବିଭାଗ ମରାଠୀ ଭାଷାରେ ପ୍ରଧାନମନ୍ତ୍ରୀଙ୍କୁ ପାଠ କରାଯାଇଥିଲା। 

୧୬ ଜାନୁଆରୀରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ପୁଟ୍ଟପର୍ଥିର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ତେଲୁଗୁ ଭାଷାରେ ରଙ୍ଗନାଥ ରାମାୟଣ ଶୁଣିଥିଲେ ଏବଂ ଆନ୍ଧ୍ରପ୍ରଦେଶର ଥୋଲୁ ବୋମାଲତା ନାମକ ପ୍ରାଚୀନ ଛାୟା କଣ୍ଢେଇ କଳା ଦ୍ବାରା ଚିତ୍ରିତ ଜଟାୟୁଙ୍କ କାହାଣୀ ଦେଖିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୪ ଜାନୁଆରୀ ୧୭ରେ କେରଳର ଥ୍ରିପ୍ରୟାରଠାରେ ଥିବା ଶ୍ରୀରାମସ୍ବାମୀଙ୍କ ଦିବ୍ୟ ବାସଭବନ ପରିଦର୍ଶନ କରିଥିଲେ । ଶ୍ରୀରାମସ୍ବାମୀ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । 

୨୦ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଶ୍ରୀ ରଙ୍ଗନାଥସ୍ବାମୀଙ୍କ ପବିତ୍ର ପୀଠ ପରିଦର୍ଶନ କରିଥିଲେ ।  ପବିତ୍ର ସ୍ଥାନରେ କାମ୍ବା ରାମାୟଣର କାବ୍ୟ ପରିବେଷଣ ମଧ୍ୟ ଶୁଣିଥିଲେ, ଯେଉଁଠାରେ ପ୍ରସିଦ୍ଧ କାମ୍ବନ ପ୍ରଥମେ ତାଙ୍କର କଳାକୃତିକୁ ବିଶ୍ବ ସମ୍ମୁଖରେ ଉନ୍ମୋଚନ କରିଥିଲେ ।

ଶ୍ରୀ ରଙ୍ଗନାଥସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ରାମେଶ୍ବରମ ସ୍ଥିତ ଅରୁଲମିଗୁ ରାମନାଥସ୍ବାମୀଙ୍କ ପବିତ୍ର ମନ୍ଦିର ପରିଦର୍ଶନ କରିଥିଲେ। ସେ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ମହାପ୍ରଭୁଙ୍କ ପ୍ରତି ଭକ୍ତି ଅର୍ପଣ କରିଥିଲେ, ଯିଏ କି ବାରଟି ଜ୍ୟୋତିର୍ଲିଙ୍ଗମାନଙ୍କ ମଧ୍ୟରୁ ଅନ୍ୟତମ ଭାବରେ ସମ୍ମାନିତ ଅଟନ୍ତି । ଭଜନ ସନ୍ଧ୍ୟା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ମନ୍ଦିର ପରିସରରେ ଅନେକ ଆଧ୍ୟାତ୍ମିକ ଗୀତ ପରିବେଷଣ କରାଯାଇଥିଲା।

ଶେଷରେ 21 ତାରିଖରେ ପ୍ରଧାନମନ୍ତ୍ରୀ ଧନୁଷକୋଡ଼ିସ୍ଥିତ କୋଥଣ୍ଡାରାମା ସ୍ୱାମୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା  କରିଥିଲେ। ଧନୁଷକୋଡ଼ି ନିକଟରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ଗସ୍ତ କରିଥିଲେ, ଯେଉଁଠାରୁ ରାମ ସେତୁ  ନିର୍ମାଣ ହୋଇଥିଲା ବୋଲି ବିଶ୍ବାସ କରାଯାଏ ।

Sponsored
କ'ଣ ଖାଇ ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ | Argus News