Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚେନାବ ବ୍ରିଜର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·3 min read
ଚେନାବ ବ୍ରିଜର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

Key Points

ଜାମ୍ମୁ-କାଶ୍ମୀରକୁ ମୋଦି ସରକାରଙ୍କ ଐତିହାସିକ ଉପହାର

ଦେଶର ବାକି ଭାଗ ସହ ରେଳପଥରେ ଯୋଡ଼ିହେଲା କାଶ୍ମୀର

୨୨ ବର୍ଷ ପରେ ହେଲା କାଶ୍ମୀର ଘାଟିବାସୀଙ୍କ ସ୍ବପ୍ନ ସାକାର

ମୋଦି କହିଲେ ଏବେ କାଶ୍ମୀର ଆର୍ଥିକ ବିକାଶ ହେବ ଜୋରଦାର

କଟରା- ଶ୍ରୀନଗର ରେଲୱେ ଲିଙ୍କର ପ୍ରଧାନମନ୍ତ୍ରୀ କଲେ ଲୋକାର୍ପଣ

ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ ବ୍ରିଜରେ ବି ଗଡ଼ିଲା ରେଳ

ଚେନାବ ରେଳ ସେତୁରେ ଅଦ୍ଭୁତ-ଅବିଶ୍ବସନୀୟ ଇଞ୍ଜିନିୟରିଂ କମାଲ

ଦେଶର ପ୍ରଥମ କେବଲ ରେଳ ସେତୁ ଅଞ୍ଜି ବ୍ରିଜ ବି ଆହୁରି ବେମିଶାଲ


ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ ବ୍ରିଜର ଲୋକାର୍ପଣ ସହ ଏହା ଉପରେ ତ୍ରିରଙ୍ଗା ଲହରାଇ ବିକଶିତ ଭାରତର ଜୟଘୋଷ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହ ଦୁନିଆ ଦେଖିଛି ଭାରତର ଅଦ୍ଭୁତ- ଅବିଶ୍ବସନୀୟ ଓ ଅକଳ୍ପନୀୟ କାରୀଗରିର ନମୂନା। ଦେଶର ବାକି ଭାଗ ସହ କାଶ୍ମୀର ଘାଟିକୁ ରେଳପଥରେ ଯୋଡିବାରେ ଏହି ବ୍ରିଜ୍ ହିଁ ବନିଛି ମୁଖ୍ୟ ମାଧ୍ୟମ। ଏହା ଏମିତି ସେମିତି ଏକ ବ୍ରିଜ୍ ନୁହେଁ ଏହାକୁ ଏକ ବିଶ୍ବ କୀର୍ତ୍ତି କହିଲେ ବି ଭୁଲ ହେବନି। ୨୨ ବର୍ଷର ପରିଶ୍ରମ ଓ ୧୪୮୬ କୋଟି ଟଙ୍କାର ଖର୍ଚ୍ଚରେ ବନି ପ୍ରସ୍ତୁତ ହୋଇଛି ଏହି ସେତୁ। ୧୭ଟି ପିଲାର ଉପରେ ଛିଡ଼ା ହୋଇଥିବା ଏହି ସେତୁ ନିର୍ମାଣରେ ଲାଗିଛି ୩୦ ହଜାର ମେଟ୍ରିକ୍ ଟନ୍ ଷ୍ଟିଲ୍। ଯାହା ଏଫିଲ ଟାୱାରରେ ଲାହିଥିବା ଷ୍ଟିଲ ଠାରୁ ୪ ଗୁଣ ଅଧିକ। କେବଳ ଷ୍ଟିଲ ପରିମାଣରେ ନୁହେଁ ଉଚ୍ଚତାରେ ବି ଏଫିଲ ଟାୱାରକୁ ପଛରେ କପାଇ ଦେଇଛି ଚେନାବ ବ୍ରିଜ୍।


ଏଫିଲ ଟାୱାରର ଉଚ୍ଚତା ୩୩୦ ମିଟର ଥିବା ବେଳେ ନଦୀର ପୃଷ୍ଠ ଭାଗରୁ ଏହି ସେତୁର ଉଚ୍ଚତା ୩୫୯ ମିଟର । ଚେନାବ ସେତୁର ଲମ୍ବ ୧୩୧୫ ମିଟର। ଏହି ବ୍ରିଜକୁ ଏପରି ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଯେ ଭୂମିକମ୍ପ କିମ୍ବା ବାତ୍ୟାରେ ବି କିଛି କ୍ଷତି ପହଞ୍ଚିବ ନାହିଁ। ୨୬୬ କିଲୋମିଟର ବେଗରେ ବହୁଥିବା ପବନକୁ ସହ୍ୟ କରିବାର କ୍ଷମତା ରହିଛି ଚେନାବ ବ୍ରିଜର।


ଚେନାବ ବ୍ରିଜ ସହ ଦେଶର ପ୍ରଥମ କେବୁଲ୍ ରେଲୱେ ବ୍ରିଜ୍ ଅଞ୍ଜି ସେତୁର ବି ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ୯୬ କେବଲର ସାହାରାରେ ବନାଯାଇଥିବା ଏହି ବ୍ରିଜରେ ବି ଦେଖିବାକୁ ମିଳିଥି ଅଦ୍ଭୁତ ଇଞ୍ଜିନିୟରିଂର ନମୂନା। ଏହି ଦୁଇ ବ୍ରିଜ୍ ସାହାରରେ କଟରା- ଶ୍ରୀନଗର ରେଲୱେ ଲିଙ୍କର ସ୍ବପ୍ନ ହୋଇପାରିଛି ସାକାର। ୨୭୨ କିଲୋମିଟର ଲମ୍ବ ଏହି ରେଳପଥକୁ ନିର୍ମାଣ କରିବାରେ ବହୁ ବାଧା ବିଘ୍ନର ସାମ୍ନା କରବାକୁ ପଡିଛି। ଅନେକ ଦୁର୍ଗମ ପାହାଡ଼ର ବକ୍ଷକୁ ଚିରି ଟନେଲ ନିର୍ମାଣ କରାଯାଇ ସଂପୂର୍ଣ୍ଣ କରାଯାଇଛି ଏହି ରେଳପଥ। କଟରା- ଶ୍ରୀନଗର ରେଲୱେ ଲିଙ୍କରେ ରହିଛି ମୋଟ୍ ୩୮ ଟନେଲ ଓ ୯୨୭ ଟି ବ୍ରିଜ୍। ଏହି ରେଳପଥ ଦ୍ବାରା ଏବେ ବର୍ଷର ସବୁ ସମୟରେ ଶ୍ରୀନଗରକୁ ଯିବା ସମ୍ଭବ ହୋଇପାରିବ। ସେଥିପାଇଁ ତ ଜାମ୍ମୁ - କାଶ୍ମୀର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି କୃତଜ୍ଞତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୮୮୪ ରେ କଟରା- ଶ୍ରୀନଗର ରେଳପଥର ଶିଳାନ୍ୟାସ କରି ଭୁଲିଯାଇଥିଲେ ତତକାଳୀନ ସରକାର। କିନ୍ତୁ ଅଟବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ୨୦୦୩ରେ ଏହି ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରିବା ସହ ଏଥିପାଇଁ ବଜେଟରେ କରିଥିଲେ ବ୍ୟୟବରାଦ। ସେବେଠାରୁ ଆରମ୍ଭ ହୋଇଥିଲା କାମ କିନ୍ତୁ ତା ପରବର୍ତ୍ତି ସମୟରେ ୟୁପିଏ ସରକାର ଅମଳରେ ନିର୍ମାଣ କାମ ହୋଇଯାଇଥିଲା ଧିମା। ୨୦୧୪ରେ ମୋଦି ସରକାର ଆସିବା ପେର ପୁଣିଥରେ କଟରା- ଶ୍ରୀନଗର ରେଳପଥର ନିର୍ମାଣକୁ ମିଳିଥିଲା ଗତି। ମାତ୍ର ଯେତେବେଳେ ଏହି ଐତିହାସିକ କୀର୍ତ୍ତିର ଲୋକାର୍ପଣ ହେଇଛି । କଂଗ୍ରେସ ଏହାର ଶ୍ରେୟରେ ଭାଗ ନେବାକୁ କରିଛି ଉଦ୍ୟମ ।


ଚେନାବ ବ୍ରିଜ ଓ ଅଞ୍ଜି ବ୍ରିଜର ଉଦଘାଟନ ସହ କଟରାରୁ ଶ୍ରୀନଗର ଯାଏ ପ୍ରଥମ ବନ୍ଦେଭାରତ ଏକ୍ସପ୍ରେସ ଚଳାଚଳର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସରେ ଚଢି ସେଥିରେ ଯାତ୍ରାକରୁଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ। ଏହି ରେଳ ଚଳାଚଳ ଦ୍ବାରା ନା କେବଳ ଜାମ୍ମୁ କାଶ୍ମୀରେ ପର୍ଯ୍ୟଟନକୁ ମିଳିବ ବଳ ବଂର ଘାଟିର ଆର୍ଥିକ ବିକାଶକୁ ବି ଗତିଶୀଳ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।


ଏବେ ଦୈନିକ ଦୁଇଟି ବନ୍ଦେ ଭାରତ ଟ୍ରେନ୍ କଟରାରୁ ଶ୍ରୀନଗର ଓ ଶ୍ରୀନଗରୁ କଟରା ଯାଏ ଚଳାଚଳ କରିବ। ପୂର୍ବରୁ ସଡ଼କ ପଥରେ କଟରାରୁ ଶ୍ରୀନଗର ଯିବାକୁ ୬ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏବେ ମାତ୍ର ୩ଘଣ୍ଟାରେ ଏହି ଯାତ୍ରା ହୋଇପାରିବ ସମ୍ଭବ।

Sponsored
prime-minister-dedicates-chenab-bridge-to-the-public | Argus News