Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଶ୍ମୀରକୁ ଦେଇଥିବା ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ କଲେ ପୂରଣ

National

କାଶ୍ମୀରକୁ ଦେଇଥିବା ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ କଲେ ପୂରଣ

Ritu Das
Browse all articles by Ritu Das
·1 year ago·2 min read
କାଶ୍ମୀରକୁ ଦେଇଥିବା ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ କଲେ ପୂରଣ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀରର ଗାନ୍ଦରବଲ ରୁ ସୋନମର୍ଗକୁ ଯୋଡୁଥିବା ବହୁ ପ୍ରତୀକ୍ଷିତ Z-ମୋଡ୍ ଟନେଲର କରିଛନ୍ତି ଉଦଘାଟନ। ଶ୍ରୀନଗର-ଲେହ ଜାତୀୟ ରାଜପଥ NH -1ରେ ନିର୍ମିତ ଏହି 6.4 କିମି ଲମ୍ବା ଡବଲ୍ ଲେନ୍ ଟନେଲ୍, ଶ୍ରୀନଗରକୁ ସୋନମର୍ଗ ସହ ଯୋଡ଼ିବ। ଜୋଜିଲା ପାସ୍ ନିକଟରେ ପ୍ରବଳ ବରଫ ପଡ଼ିବା ଯୋଗୁଁ ଶୀତ ଦିନେ 3 ମାସ ବନ୍ଦ ରହେ ଏହି ଜାତୀୟ ରାଜପଥ । ବରଫପାତ ଫଳରେ NH-1ରେ ମୋଟ 4ରୁ 6 ମାସ ପ୍ରଭାବିତ ହୁଏ ଯାତାୟାତ । ଟନେଲ୍ ନିର୍ମାଣ ଫଳରେ ଏବେ ହୋଇଛି ଅଲ୍ ୱେଦର କନେକ୍ଟିଭିଟି, ଅର୍ଥାତ୍ ବର୍ଷର ସବୁଦିନ ଚାଲିବ ଯାତାୟାତ। ମୋଦି ପ୍ରଧାନମନ୍ତ୍ରୀ ବନିବା ପରେ ୨୦୧୫ ରେ ଏହି ଟନେଲର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ତାଙ୍କ ଦ୍ବାରା ହିଁ ହୋଇଛି ଉଦଘାଟନ। ଏହି ଅବସରରେ ପିଏମ୍ କହିଛନ୍ତି କାଶ୍ମୀରକୁ ଶାନ୍ତି ଫେରିଛି ଏବେ କାଶ୍ମୀରବାସୀଙ୍କ ଜୀବନକୁ ଶାନ୍ତି ଆଣିବାରେ ଏହି ଟନେଲ ନେବ ମୁଖ୍ୟ ଭୂମିକା। ଏହି ଜେଡ୍ ମୋଡ୍ ଟନେଲ ଭାରତର ସୀମା ନିକଟସ୍ଥ ଲଦ୍ଦାଖ ପାଇଁ ସାଜିବ ଗେମ୍ ଚେଞ୍ଜର।


LOC ବା ନିୟନ୍ତ୍ରଣ ରେଖା, ସିଆଚୀନ୍ ଗ୍ଲାସିଅର ଓ ବାସ୍ତବିକ ନିୟନ୍ତ୍ରଣ ରେଖା ବା LAC ପାଖକୁ ଅଲ୍ ୱେଦର କନେକ୍ଟିଭିଟିକୁ ମିଳିଛି ଏକ ବଡ଼ ସଫଳତା। 1947ରେ ସ୍ବାଧୀନ ହୋଇଥିଲା ଭାରତ। ଏହି ଜୋଜିଲା ପାସ୍ ନିକଟରେ 1948ରେ ହୋଇଥିଲା ପାକିସ୍ତାନ ସହ ପ୍ରଥମ ଯୁଦ୍ଧ । ଆଉ ଏବେ 2025ରେ ଏଠି ନିର୍ମାଣ କରାଗଲା ଅଲ୍ ୱେଦର ଟନେଲ୍। ପୂର୍ବରୁ ସୋନମର୍ଗରେ ପହଞ୍ଚିବାକୁ ପ୍ରାୟ 4 ଘଣ୍ଟା ସମୟ ଲାଗୁଥିବାବେଳେ ଏବେ Z ମୋଡ୍ ଟନେଲର ଉଦଘାଟନ ପରେ ମାତ୍ର 45 ମିନିଟରେ ଅତିକ୍ରମ ହେବ ଏହି ଦୂରତା। ପୁଣି ଜୋଜିଲା ପାସରେ ଲଗାତାର ବରଫପାତ ହେଉଥିଲେ ବି ଏହି ଟନେଲ୍ ମାଧ୍ୟମରେ କରିହେବ ଆଗକୁ ଯାତ୍ରା। ପୂର୍ବରୁ ଘାଟି ଓ ବୁଲାଣି ରାସ୍ତା ଫଳରେ ମାତ୍ର 25 ରୁ 30 କିମି ବେଗରେ ଯାଉଥିଲେ ଯାନବାହାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ଘଣ୍ଟାପ୍ରତି 70 କିମି ବେଗରେ କରିହେବ ଯାତ୍ରା। ଜାମ୍ମୁ କାଶ୍ମୀରୁକୁ ଏହି ଉପହାର ପାଇଁ ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ବି ହୋଇଥିଲେ ମୋଦିଙ୍କ ପ୍ରଶଂସାରେ ଶତମୁଖ। ସମୁଦ୍ର ପତ୍ତନଠାରୁ 8 ହଜାର 652 ଫୁଟ ଉଚ୍ଚରେ ଅବସ୍ଥିତ ଏହି ଟନେଲକୁ ଜରୁରୀକାଳୀନ ପରିସ୍ଥିତିରେ ରେଳ ଟନେଲର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ । ନ୍ୟୁ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତି ବ୍ୟବହାର କରି ଏହି ଟନେଲ୍ ର ନିର୍ମାଣ କରାଯାଇଛି । ଏହି ଟନେଲ ଦ୍ବାରା ପର୍ଯ୍ୟଟନର ବିକାଶ ସହ ଦେଶର ସୀମା ସୁରକ୍ଷା ଆହୁରି ମଜଭୁତ ହୋଇପାରିବ।

Sponsored
Prime Minister fulfilled his promise to Kashmir | Argus News