କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

Key Points
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ଅର୍ଗସ ବ୍ୟୁରୋ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଦରମା ହେବ ତିନିଗୁଣ । ୨୦୨୬ରୁ ଦେଶରେ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନ ପ୍ରସ୍ତାବକୁ ଦେଇଛି ମଞ୍ଜୁରୀ । ଖୁବଶୀଘ୍ର ଅଷ୍ଟମ ବେତନ କମିଶନର ଅଧ୍ୟକ୍ଷଙ୍କୁ ମିଳିବ ନିଯୁକ୍ତି । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଅଷ୍ଟମ ପେ କମିଶନ ପ୍ରସ୍ତାବ ଅନୁସାରେ ଫିଟମେଣ୍ଟ ଫ୍ୟାକ୍ଟରରେ 3.68 ଗୁଣା ବୃଦ୍ଧି ପାଇବ । 2026ରେ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା 18 ହଜାରରୁ 26 ହଜାରକୁ ବୃଦ୍ଧି ପାଇବ । ପୂର୍ବରୁ 2016ରେ ସପ୍ତମ ବେତନ କମିଶନ ଲାଗୁ କରିଥିଲେ ମୋଦି ସରକାର । 2.57 ଗୁଣା ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ଫଳରେ କର୍ମଚାରୀଙ୍କ ବେତନ 14.29% ବୃଦ୍ଧି ପାଇଥିଲା। ଅଷ୍ଟମ ସେଣ୍ଟ୍ରାଲ ପେ’ କମିଶନ ସହ ISRO ପାଇଁ ମଧ୍ୟ ବଡ଼ ଘୋଷଣା ହୋଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ତୃତୀୟ ଲଞ୍ଚ ପ୍ୟାଡ଼ ପାଇଁ ₹୩୯୮୫ କୋଟି ମଞ୍ଜୁରୀ କରିଛି କେନ୍ଦ୍ର କ୍ୟାବିନେଟ ।
